କର୍ମୀଙ୍କ କାନ୍ଧରେ ନେତା ! ଜୋତାରେ କାଦୁଅ ଲାଗିଯିବ ବୋଲି ବିଧାୟକଙ୍କୁ ବୋହିଲେ କର୍ମୀ

54

କନକ ବ୍ୟୁରୋ : କର୍ମୀଙ୍କ କାନ୍ଧରେ ବିଧାୟକ । ବିଧାୟକଙ୍କ ବହୁମୂଲ୍ୟ ଜୋତା ଓ ବସ୍ତ୍ର ଯେମିତି ପାଣିରେ ନ ଭିଜେ ସେଥିପାଇଁ କର୍ମୀଙ୍କ କାନ୍ଧର ସାହାରା ନେଇଛନ୍ତି ବିଧାୟକ । ସାବେରୀ ନଦୀ ପାରହେବା ଲାଗି କର୍ମୀଙ୍କ କାନ୍ଧରେ ବୁହାହୋଇଛନ୍ତି ମାଲକାନଗିିରି ବିଧାୟକ ମାନସ ମାଡକାମୀ । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ବିଧାୟକ ମାନସ ମାଡକାମୀ ଟିମ ପଂଚାୟତ ଚଲୋ ଅଭିଯାନରେ ଯୋଗଦେବା ଲାଗି ରାଜ୍ୟର ଶେଷ ସୀମା କୁହାଯାଉଥିବା ମୋଟୁ ପଂଚାୟତକୁ ଯାଇଥିଲେ ।

ତେବେ ବିଧାୟକଙ୍କ ଯୋତା ନଷ୍ଟ ହେବା ଓ ଧଳା କପଡାରେ ଦାଗ ଲାଗିଯିବା ଭୟରେ କର୍ମୀଙ୍କ କାନ୍ଧରେ ବୁହାହୋଇ ମୋଟର ଲଂଚରେ ଚଢିଥିଲେ ବିଧାୟକ । ମୋଟର ଲଂଚରୁ ଓହ୍ଲାଇବା ସମୟର ଚିତ୍ର ଥିଲା ଆହୁରି ଆଶ୍ଚର୍ଯ୍ୟଜନକ । ଜଣେ କର୍ମୀଙ୍କ ପିଠିରେ ବୁହାହୋଇଥିଲେ ବିଜେଡିର ଏହି ଆଦିବାସୀ ବିଧାୟକ । ବିଧାୟକଙ୍କ ଏଭଳି ମାନସିକତା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।