ନୟାଗଡରେ ଜୋରଦାର ପ୍ରଚାର: ଅରୁଣ ସାହୁଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ଇରାନୀ ରାୟ,ସେପଟେ ବାଲିକୁଦା ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନଙ୍କ କ୍ୟାମ୍ପେନିଂ

325

କନକ ବ୍ୟୁରୋ: ନୟାଗଡ ବିଧାନସଭା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ଇରାନୀ ରାୟ । ବିଜେଡି ଅରୁଣ ସାହୁଙ୍କ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଇରାନୀ ରାୟ । ନାମାଙ୍କନ ପତ୍ର ଦାଖଲ କରିସାରିଥିବା ବେଳେ ଏବେ ସେ ଘରେ ଘରେ ବୁଲି ଭୋଟ ଭିକ୍ଷା କରୁଛନ୍ତି । ମୋଦିଙ୍କ ବିକାଶମୂଳକ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ଯେଉଁ ଯୋଜନା ଲୋକଙ୍କ ପାଖରେ ପହଚୁଁନାହଁ ଏବଂ ଲୋକ ଜାଣିବାକୁ ପାଉନାହାନ୍ତି ସେମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଉଥିବା ସେ କହିଛନ୍ତି ।

ସେପଟେ, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାରେ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ବିଜେପି ପକ୍ଷରୁ ଦାମୋଦର ରାଉତ ଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଡା ଟକ୍କର ହେବ । ରଘୁନନ୍ଦନ ପ୍ରଥମେ ବିଜେଡିରେ ଥିବା ବେଳେ ୨୦୧୪ରେ ବିଜେଡିରୁ ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ । ରଘୁନନ୍ଦନ ସ୍ୱାଧିନ ପାର୍ଥୀ ଭାବେ ୩୦ ହଜାରରୁ ଉର୍ଦ୍ଧ ଭୋଟ ପାଇଥିଲେ । ପରବତି ସମୟରେ ସେ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ପ୍ରାୟ ସାଢେ ୪ ବର୍ଷ କାମ କରିବା ପରେ ଏବେ ସେ ବିଜେଡିକୁ ଫେରିଛନ୍ତି । ବିଜେଡି ପକ୍ଷରୁ ତାଙ୍କୁ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ମିଳିଛି ।

ଅନ୍ୟପକ୍ଷେ, ଧାନନଗର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିବା ପରେ ଧାମନଗର ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜେନ୍ଦ୍ର ଭୁବନେଶ୍ୱରରୁ ଟିକଟ ନେଇ ଧାମନଗରରେ ପହଂଚିବା ପରେ ସମର୍ଥକମାନେ ତାଙ୍କୁ ରାଲି କରି ପାଛୋଟି ନେଇଛନ୍ତି । ନବୀନ ପଟ୍ଟନାୟକଙ୍କ ରାଜେନ୍ଦ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଆଧାର କରି ଲୋକଙ୍କ ପାଖକୁ ଯିବ ବୋଲି ରାଜେନ୍ଦ୍ର କହିଛନ୍ତି ।

ସେହିପରି ଭଦ୍ରକ ବିଧାନସଭା ପ୍ରାର୍ଥୀ ଭାବେ ସଂଜୀବ ମଲ୍ଲିକଙ୍କୁ ବିଜେଡି ଟିକଟ ମିଳିବା ପରେ ସେ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ଦଳୀୟ କର୍ମୀ ସଂଜୀବଙ୍କୁ ବିରାଟ ଶୋଭାଯାତ୍ରା କରି ନିଜ ପତିଆରା ଦେଖାଇଛନ୍ତି । କର୍ମୀମାନେ ଭଦ୍ରକ ସନ୍ତିଆ ନିକଟରୁ ଏକ ରାଲି କରି ପୁରୁଣା ବଜାର ଗୁଜିଦରଡାରେ ପହଂଚିଥିଲେ । ଏହି ରାଲିରେ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ । ପୂର୍ବତନ ଧାମନଗର ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ପୁଅ ସଂଜୀବ ମଲ୍ଲିକ ।