ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର ! ମି ଠୁ କ୍ୟାମ୍ପେନରେ ୨୦ ଜଣ ମହିଳା କରିଥିଲେ ଅଭିଯୋଗ, ବଞ୍ଚାଇ ପାରିଲେନି ୯୭ ଜଣ ଓକିଲ

40

କନକ ବ୍ୟୁରୋ : ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର । ‘ମି ଠୁ’ କ୍ୟାମ୍ପେନରେ ତାଙ୍କ ବିରୋଧରେ ୨୦ ଜଣ ମହିଳା ଅଭିଯୋଗ କରିଥିଲେ । ଏମଜେ ଆକବରଙ୍କ ବିରୋଧରେ ପ୍ରଥମେ ବରିଷ୍ଠ ମହିଳା ସାମ୍ବାଦିକ ପ୍ରିୟା ରମାଣୀ ଅଭିଯୋଗ ଆଣିଥିଲେ ।  ତେବେ ରମାଣୀଙ୍କ ଅଭିଯୋଗ ପରେ ଅକବରଙ୍କ ଉପରେ ଅଭଯୋଗର ପାହାଡ଼ ଲଦି ହୋଇଯାଇଥିଲା । ଅନେକ ମହିଳା ସାମ୍ବାଦିକମାନେ ତାଙ୍କ ଉପରେ ଯୌନଶୋଷଣର ଅଭିଯୋଗ ଆଣିଲେ । ତାଙ୍କ ବିରୋଧରେ ଏକାଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢିଚାଲିଥିଲା । ତେବେ ଆକବରଙ୍କୁ ବଂଚାଇବା ପାଇଁ ୯୭ ଜଣ ଓକିଲ ଲାଗିପଡ଼ିଥିଲେ ହେଲେ ବଂଚାଇପାରିଲେ ନାହିଁ ।

ଅନ୍ୟପଟେ ଏମଜେ ଆକବର ପ୍ରିୟା ରମାଣୀଙ୍କ ବିରୋଧରେ କରିଥିବା ମାନହାନୀ ମକଦ୍ଦମାର ଶୁଣାଣି ହୋଇପାରିଲା ନାହିଁ ।ଏହି ମାମଲାରେ ଶୁଣାଣି ପାଇଁ ଆଗାମୀ ୧୮ ରେ ହେବ ବୋଲି କୋର୍ଟ କହିଛନ୍ତି । ଏମଜେ ଆକବର କହିଛନ୍ତି, ମୋ ବିରୋଧରେ ଆସିଥବା ସମସ୍ତ ଅଭିଯୋଗ ମିଥ୍ୟା । କୋର୍ଟରେ ଲଢ଼େଇ ଜାରି ରହିବ  । ଏ ପରିପ୍ରେକ୍ଷୀରେ ସେ ନିଜର ସରକାରୀ ଦାୟିତ୍ୱରେ ରହିବା ଉଚିତ ମନେକରୁନାହାନ୍ତି । ଏଣୁ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି । ଦେଶର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।

source : NewsClick

ସୂଚନାଯୋଗ୍ୟ ପ୍ରଥମ ଥର ପାଇଁ ମୋଦି ସରକାଙ୍କ ଜଣେ ମନ୍ତ୍ରୀ ବିବାଦରେ ଘେରିହେବା ପରେ ନିଜ ପଦରୁ ଇସ୍ତଫା ଦେଇଛନନ୍ତି । ଇସ୍ତଫା ଦେବା ପୂର୍ବରୁ ଅଭିତ୍ ଡୋଭାଲଙ୍କ ସହ ସାକ୍ଷାତ କରିଥିଲେ ଏମଜେ ଆକବର ।