#MeToo ଜାଲରେ ଛନ୍ଦିହେଲେ, ମନ୍ତ୍ରୀପଦ ହରାଇଲେ ! ଏମଜେ ଆକବରଙ୍କ ବିରୋଧରେ ରହିଛି ଅଭିଯୋଗର ଫର୍ଦ୍ଦ ! ଜାଣନ୍ତୁ କିଏ କିଏ ଆଣିଛନ୍ତି ଅଭିଯୋଗ ?

40

#MeToo  ଜାଲରେ ଛନ୍ଦିହୋଇପଡ଼ିଥିବା ଏମଜେ ଆକବର ବୈଦେଶିକ ରାଜ୍ୟମନ୍ତ୍ରୀ ଶେଷରେ ଇସ୍ତଫା ଦେଇଛନ୍ତି । ଆକବରଙ୍କ ବିରୋଧରେ ଏବେ ପର୍ଯ୍ୟନ୍ତ ପାଖାପାଖି ୨୦ ଜଣ ମହିଳା ସାମ୍ବାଦିକ ମିଠୁ କ୍ୟାମ୍ପେନ ଜରିଆରେ ଆଣିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରିୟା ରମାନୀ ଅଭିଯୋଗ ଆଣିଥିଲେ । ରମାଣୀଙ୍କ ଅଭିଯୋଗ ପରେ ଆକବରଙ୍କ ବିରୋଧରେ ଅନ୍ୟ ମହିଳା ସାମ୍ବାଦିକମାନେ ସଙ୍ଗୀନ ଅଭିଯୋଗମାନ ଆଣଥିଲେ ।

ଅଭିଯୋଗ ନମ୍ବର-୧
ସାମ୍ବାଦିକରୁ ନେତା ଓ ପରେ ମନ୍ତ୍ରୀ ପାଲିଟିଥିବା ଏମ୍. ଜେ ଆକବରଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଆଣିଥିଲେ ସାମ୍ବାଦିକ ପ୍ରିୟା ରମାଣୀ । ବର୍ଷକ ତଳେ ଭୋଗ୍ ପାଇଁ ସେ ଲେଖିଥିବା ଏକ ଆର୍ଟିକିଲରେ ଆକବରଙ୍କ ଅସଦାଚରଣ କଥା ଲେଖିଥିଲେ । ଏବେ ମି ଠୁ କ୍ୟାମ୍ପେନ୍ ଝଡ ସୃଷ୍ଟି କରିବା ପରେ ସାମ୍ନାକୁ ଆସି ପ୍ରିୟା କହିଛନ୍ତି, ସାକ୍ଷାତକାର ପାଇଁ ତାଙ୍କୁ ଆକବର ସେତେବେଳେ ହୋଟେଲ ରୁମକୁ ଡାକିଥିଲେ । ରୋମାଣ୍ଟିକ ଗୀତ ଲଗାଇ, ମଦ ପିଇବାକୁ ଦେଇଥିଲେ । ବେଡ୍ ଉପରେ ତାଙ୍କ ପାଖରେ ବସିବାକୁ କହିଥିଲେ ଏମ୍. ଜେ ଆକବର ।

ଅଭିଯୋଗ ନମ୍ବର-୨
ବ୍ରିଟେନ୍ର ସାମ୍ବାଦିକ ରୁଥ୍ ଡେଭିଡ୍ ଅଭିଯୋଗ କରିଛନ୍ତି, ଆକବର ତାଙ୍କୁ ତାଙ୍କ ଅଫିସକୁ ଫୋନ୍ କରି ଡାକିଥିଲେ । ଅଫିସରେ ଘର ଭଳି କାଠର ବଡ କବାଟ ଲାଗିଥିଲା, ଫଳରେ ବାହାରୁ କେହି ଦେଖିପାରିବେନି ଏବଂ ବାହାରକୁ ଶବ୍ଦ ଶୁଣାଯିବନି । ରୁଥଙ୍କ ବିନା ଅନୁମତିରେ ତାଙ୍କୁ ପଛପଟୁ କିସ୍ କରିବାକୁ ଉଦ୍ୟମ କରିଥିଲେ ଆକବର ।

ଅଭିଯୋଗ ନମ୍ବର-୩
ମାତ୍ର ୧୮ ବର୍ଷ ବୟସରେ ଇଂଟର୍ଣ୍ଣ କରିବାରୁ ଆସିଥିବା ଆମେରିକୀୟ ସାମ୍ବାଦିକ ମାଜଲି ଡି ପୁ କ୍ୟାମ୍ପ କହିଛନ୍ତି, ୨୦୦୭ରେ ଆକବର ତାଙ୍କୁ ଯୌନ ଶୋଷଣ କରିଥିଲେ । ଟ୍ୱିଟରରେ କ୍ୟାମ୍ପ ଲେଖିଛନ୍ତି, ୫୫ ବର୍ଷିୟ ଆକବର ତାଙ୍କୁ ଜୋର ଜବରଦସ୍ତ ଭିଡି ଧରି କିସ୍ କରିଥିଲେ ।

ଅଭିଯୋଗ ନମ୍ବର-୪
ସାମ୍ବାଦିକ ସବା ନକଭି ଅଭିଯୋଗ ଆଣି କହିଛନ୍ତି, ଆକବର ତାଙ୍କୁ ବାରମ୍ବାର ଅଫିସ ଡାକନ୍ତି । ଏପରିକି ଥରେ ସେ ତାଙ୍କ ଆପାର୍ଟମେଂଟକୁ ବି ଜୋରଜବରଦସ୍ତ ପଶିଆସିଥିଲେ ।

ଅଭିଯୋଗ ନମ୍ବର-୫
ସାମ୍ବାଦିକ ତଥା ଲେଖିକା ଗଜଲା ୱାହେବ ଏମ୍. ଜେ ଆକବରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ଗଜଲା କହିଛନ୍ତି, କାମ କରିବା ବେଳେ ଆକବର ତାଙ୍କୁ ବିନା କାରଣରେ ବାରମ୍ବାର ଅଫିସ କ୍ୟାବିନକୁ ଡାକନ୍ତି ଏବଂ ଜୋରଜବରଦସ୍ତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରନ୍ତି ।

ଅଭିଯୋଗ ନମ୍ବର-୬
ଏମ୍. ଜେ ଆକବର ତାଙ୍କୁ ବାରମ୍ବାର ଆଲିଙ୍ଗନ କରନ୍ତି ଏବଂ ସହକର୍ମୀଙ୍କ ସହ ନିବିଡ ସମ୍ପର୍କ ଜରୁରୀ ବୋଲି କହୁଥିବା , ସାମ୍ବାଦିକ ସୁତପା ପଲ୍ ଅଭିଯୋଗ କରିଛନ୍ତି ।

ଅଭିଯୋଗ ନମ୍ବର-୭
ସାମ୍ବାଦିକ ଏବଂ ଲେଖିକା ସୁମା ରାହା ଅଭିଯୋଗ କରିଛନ୍ତି, ୧୯୯୫ରେ ଇଂଟରଭ୍ୟୁ ପାଇଁ ଆକବର ତାଙ୍କୁ କୋଲକାତାର ଏକ ହୋଟେଲକୁ ଡାକିଥିଲେ ।

ଅଭିଯୋଗ ନମ୍ବର-୮
ଆକବରଙ୍କ ସହ ପ୍ରାୟ ୨ ବର୍ଷ କାମ କରିଥିବା ସାମ୍ବାଦିକା କନିକା ଗେହଲଟ ଅଭିଯୋଗ କରିଛନ୍ତି, ଆକବର ତାଙ୍କୁ ହୋଟେଲ ରୁମକୁ ଡାକି, ତାଙ୍କ ସହ ଅସଦାଚରଣ କରିଛନ୍ତି । ଅଫିସର ଅନ୍ୟ ମହିଳା କର୍ମଚାରୀଙ୍କ ସହ ମଧ୍ୟ ଆକବରଙ୍କ ବ୍ୟବହାର ସମାନ ।

ଅଭିଯୋଗ ନମ୍ବର-୯
ଏସିଆନ୍ ଏଜର ବର୍ତମାନ ରେସିଡେଂଟ ଏଡିଟର ଥିବା ସୁପର୍ଣ୍ଣା ଶର୍ମା ଅଭିଯୋଗ କରି କହିଛନ୍ତି, ଆକବର ଦିନେ ତାଙ୍କ କ୍ୟାବିନରେ ତାଙ୍କ ଅନ୍ତବସ୍ତ୍ରକୁ ଟାଣିଦେଇଥିଲେ ।

ଅଭିଯୋଗ ନମ୍ବର-୧୦
ସାମ୍ବାଦିକା ପ୍ରେରଣା ସିଂ ବିନ୍ଦ୍ରାଙ୍କ ଅଭିଯୋଗ ହେଉଛି, କାମ ସମ୍ବନ୍ଧରେ ଆଲୋଚନା ପାଇଁ ଆକବର ତାଙ୍କୁ ହୋଟେଲ ରୁମକୁ ଡାକି ତାଙ୍କ ସହ କମ୍ପ୍ରମାଇଜ୍ କରିବାକୁ କହିଥିଲେ । ଆଉ ସେ ମନା କରିବା ପରେ ଅଫିସରେ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା ।

ଅଭିଯୋଗ ନମ୍ବର-୧୧
ଏମ୍. ଜେ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା କାଦମ୍ବରୀ । ସେ କହିଛନ୍ତି, ଆକବର ସବୁବେଳେ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଦେଖି କଥାବାର୍ତା କରିବା ସହ ଛୁଇଁବାକୁ ଚେଷ୍ଟା କରନ୍ତି ।

ଅଭିଯୋଗ ନମ୍ବର-୧୨
ଏହାବ୍ୟତୀତ ମନ୍ତ୍ରୀ ଏମ ଜେ ଆକବରଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ ମହିଳା ସାମ୍ବାଦିକା ତୁସିତା ପଟେଲ । ଡେକାନ କ୍ରୋନିକିଲରେ ଆକବର ଏଡିଟର ଥିବା ସମୟରେ ତାଙ୍କ ସହ କାମ କରୁଥିଲେ ତୁସିତା । ତୁସିତା କହିଛନ୍ତି ୩ଟି ଘଟଣାରେ ଆକବର ତାଙ୍କୁ ଯୌନଶୋଷଣ କରିଛନ୍ତି । ୧୯୯୨ ମସିହାରେ ଇଣ୍ଡିଆନ ଏକ୍ସପ୍ରେସରେ କାମ କରୁଥିବା ବେଳେ ଆକବର ତାଙ୍କୁ କୋଲକାତାର ଏକ ହୋଟେଲରେ ଦେଖା କରିବାକୁ କହିଥିଲେ । ହୋଟେଲ ରୁମରେ ପହଂଛି କବାଟ ଖୋଲିବା ବେଳକୁ ଏକ ଅଣ୍ଡର ୱୟାରରେ ସାମନାକୁ ଆସିଥିଲେ ଆକବର । ଭୟଭୀତ ଅବସ୍ଥାରେ ଠିଆ ହୋଇଥିଲେ ୨୨ବର୍ଷିୟ ତୁସିତା ।