ଦେଶ ପାଇଁ ୨୦ ବର୍ଷ ଖେଳିବା ବେକାର ଗଲା, ମୋ ଦେଶଭକ୍ତି ଉପରେ ଉଠୁଛି ପ୍ରଶ୍ନ : ମିତାଲି ରାଜ୍

ମିତାଲିି ଲେଖିଛନ୍ତି, “ମୋ ଉପରେ ଲଗାଯାଇଥିବା ଅଭିଯୋଗ ଦ୍ୱାରା ମୁଁ ବହୁତ ଦୁଃଖିତ ।

525

ମହିଳା କ୍ରିକେଟ ର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ମିତାଲି ରାଜ ବହୁତ ଦୁଃଖିତ ଅଛନ୍ତି । ସେ ନିଜ ଉପରେ ଲାଗିଥିବା ଅଭିଯୋଗ ଦ୍ୱାରା ବହୁତ ମର୍ମାହତ ଅଛନ୍ତି । ଏହାର ଖୁଲାସା ସେ ନିଜର ଟ୍ୱିଟରରେ କରିଛନ୍ତି । ମିତାଲି ରାଜ ମହିଳା କ୍ରିକେଟ୍ ଟିମର କୋଚ୍ ରମେଶ ପୋୱାରଙ୍କ ଅଭିଯୋଗ ପରେ ଟ୍ୱିଟରରେ ଏକ ପୋଷ୍ଟ ଲେଖିଛନ୍ତି ।

ମିତାଲିି ଲେଖିଛନ୍ତି, “ମୋ ଉପରେ ଲଗାଯାଇଥିବା ଅଭିଯୋଗ ଦ୍ୱାରା ମୁଁ ବହୁତ ଦୁଃଖିତ । ଖେଳ ପାଇଁ ମୋର ସମର୍ପଣ ଓ ଦେଶ ପାଇଁ ୨୦ବର୍ଷ ପର୍ଯ୍ୟନ୍ତ ଖେଳିବା, କଠିନ ପରିଶ୍ରମ କରିବା, ଝାଳ ବୁହାଇବା ସବୁ ବେକାର ଗଲା । ଆଜି ମୋର ଦେଶଭକ୍ତି ଉପରେ ସନ୍ଦେହ କରାଯାଉଛି । ମୋ ପ୍ରବୀଣତା ଉପରେ ପ୍ରଶ୍ନ ଉଠିଛି । ସବୁ କିଛି ମାଟିରେ ମିଶିଗଲା । ଏହା ମୋ ଜୀବନର ସବୁଠାରୁ ଖରାପ ଦିନ । ଭଗବାନ ମୋତେ ଶକ୍ତି ଦିଅନ୍ତୁ ।”

ସୂଚନାଯୋଗ୍ୟ, ମିତାଲି ରାଜ ରମେଶ ପୋୱାର ତାଙ୍କୁ ଅପମାନିତ କରିବାର ଅଭିଯୋଗ ଆଣିଥିଲେ । ଭାରତୀୟ ମହିଳା ଟିମର ସବୁଠାରୁ ବରିଷ୍ଠ ଖେଳାଳୀ ରାହୁଲ ଜୋହରୀ ଓ ସବା କରିମଙ୍କୁ ପଠାଯାଇଥିବା ଇମେଲରେ ପୋୱାର ଉପରେ ଅଭିଯୋଗ ଲଗାଯାଇଥିଲା କି ତାଙ୍କୁ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ବିଶ୍ୱ ଟି୨୦ ସମୟରେ ପୋୱାର ଅପମାନିତ କରିଥିଲେ ଏବଂ ଟିମରୁ ବାହାର କରାଯାଇଥିବାରୁ ସେ କାନ୍ଦିଥିଲେ । ମିତାଲିଙ୍କ ଅଭିଯୋଗ ପରେ ରମେଶ ପୋୱାର ବିସିସିଆଇ ସାମନାରେ ନିଜ କଥା ରଖିଥିଲେ । ରମେଶ ପୋୱାର ନିଜ ରିପୋର୍ଟରେ ଲେଖିଥିଲେ କି ମିତାଲି ରାଜ ଅବସର ନେବାର ଧମକ ଦେଇଥିଲେ । ପୋୱାର ମୁତାବକ, ମିତାଲି ରାଜ ଓପନିଙ୍ଗ ନକରାଇବା ଉପରେ ୱଲ୍ଡ ଟି୨୦ରୁ ଫେରିବା ଓ ଅବସର ନେବା କଥା କହିଥିଲେ । ପୋୱାର ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି କି, ପାକିସ୍ତାନ ବିରୁଦ୍ଧରେ ଅନ୍ୟ ଗ୍ରୁପ୍ ମ୍ୟାଚ୍ ପୂର୍ବରୁ ଘରକୁ ଫେରିବା ଓ ଅବସର ନେବାର ଧମକ ଦେଇଥିଲେ ।