କୃଷି ଉପକରଣର ଅପବ୍ୟବହାର ! ପନିପରିବା ବୋଝେଇ ପାଇଁ ଥିବା ଶୀତତାପ ନିୟନ୍ତ୍ରିତ ଗାଡିରେ ବୁହା ହେଉଛି ଧାନ ଓ ମକା

64

କନକ ବ୍ୟୁରୋ : କୃଷି ଉପକରଣର ଅପବ୍ୟବହାର । ପନିପରିବା ବୁହା ହେବା ପାଇଁ ଦିଆଯାଇଥିବା ଶୀତତାପ ନିୟନ୍ତ୍ରିତ ଗାଡିରେ ବୁହା ହେଉଛି ଧାନ ଓ ମକା । ଚାଷୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଏବଂ ଚାଷ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ବିଭାଗକୁ ଏହି ଗାଡି ଯୋଗାଇ ଦିଆଯାଇଛି । ହେଲେ ଏହା ଲାଗୁଛି ଅନ୍ୟ କାମରେ ।

ପନିପରିବା ସତେଜ ରଖିବା ପାଇଁ ଯୋଗାଇ ଦିଆଯାଇଥିବା ଶୀତତାପ ନିୟନ୍ତ୍ରିତ ଗାଡିରେ ବୁହା ହେଉଛି ଧାନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ବିଭାଗକୁ ପନିପରିବା ସତେଜ ରଖିବା ପାଇଁ ଯୋଗାଇ ଦିଆଯାଇଥିବା ଶୀତତାପ ନିୟନ୍ତ୍ରିତ ଗାଡିରେ ପନିପରିବା ବଦଳରେ ଧାନ ଓ ମକା ଆଦି ଜିନିଷ ବୁହା ହେଉଛି ।

ଚାଷୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଏବଂ ଚାଷ ପ୍ରକ୍ର୍ରିୟାରେ ଉନ୍ନତି ଆଣିବା ପାଇଁ ବିଭାଗକୁ ଏହି ଗାଡି ଯୋଗାଇ ଦିଆଯାଇଛି । ହେଲେ କେଉଁ ଭିତିରେ ଏଥିରେ ପନିପରିବା ବଦଳରେ ଧାନ ବୁହା ଯାଉଛି ସେ କାହାରି ପାଖରେ ସ୍ପଷ୍ଟ ଉତର ନାହିଁ । ତେବେ ଘଟଣାର ତଦନ୍ତ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।