ନିଜ ୯ ମାସର ଝିଅକୁ ଧରି ଜଳିଗଲେ ମହିଳା : ସ୍ୱାମୀ କହିଲେ, ସ୍ତ୍ରୀ ଜଣେ ମାନସିକ ରୋଗୀ । ପ୍ରକୃତ କାରଣ ଖୋଜୁଛି ପୋଲିସ

35

କନକ ବ୍ୟୁରୋ: ନିଜ ୯ ମାସ ଶିଶୁକୁ ଧରି ଜଳିଗଲେ ମହିଳା । ମୟୁରଭଞ୍ଜ ଜିଲ୍ଲା ବାରିପଦାର ତେଲିବିଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଠାକୁର ମଣି ସିଂ ନାମକ ଜଣେ ମହିଳା ନିଜ ସର୍ମ୍ପକୀୟ ଘରେ ରହିଥିବାବେଳେ କିରୋସିନ ଢ଼ାଳି ହୋଇ ନିଆଁ ଲଗାଇଥିବା ଜଣାପଡିଛି । ତେବେ ଘରେ କେହି ପୁରୁଷ ନଥିବାରୁ ଗାଁଲୋକେ ମହିଳା ଓ ୯ମାସର ଶିଶୁକୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ଆଜି ସକାଳୁ ସେମାନଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ସୁନାରାମ ସିଂଙ୍କ କହିବା ମୁତାବକ ତାଙ୍କ ସ୍ତ୍ରୀ ଜଣେ ମାନସିକ ରୋଗୀଥିଲେ । ହେଲେ କେଉଁ କାରଣରୁ ଏଭଳି ଆତ୍ମହୁତି ଦେଲେ ତାହା ଅସ୍ପଷ୍ଟ ରହିଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରଖିଛି ।

ଉଭୟଙ୍କ ମୃତ୍ୟୁ ପରେ ଏବେ ପରିବାର କହିଲେ ମୃତ ମହିଳାଙ୍କ ସ୍ୱାମୀ ସୁନାରାମ ସିଂଙ୍କୁ ଭାଙ୍ଗିପଡିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପରେ କେଉଁ କାରଣରୁ ଏଭଳି ଚରମ ନିଷ୍ପତି ନେଲେ ମହିଳା, ଏନେଇ ଅଧିକ ଖୋଳତାଡ ପାଇଁ ଲାଗିପଡିଛି ପୋଲିସ ।