ଫିଲ୍ମ ‘ଏମଏସ୍ ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ରେ ଭୁଲ୍ ହିଁ ଭୁଲ୍ ! ବାସ୍ତବ ଜୀବନ ସହ କାହାଣୀର ରହୁନି ତାଳମେଳ

142

ଗତ ସେପ୍ଟେମ୍ବର ୩୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏମଏସ୍ ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ ଆଜି ପର୍ଯ୍ୟନ୍ତର ସବୁଠାରୁ ଅଧିକ ଆୟ କରିଥିବା ବାୟୋପିକ୍ ଭାବରେ ରେକର୍ଡ କରିଛି । ଧୋନୀଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଗାଁ ରାସ୍ତାଠାରୁ ଆରମ୍ଭ କରି ଅଧିନାୟକ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଦର୍ଶାଯାଇଛି । ତେବେ ବାୟୋପିକରେ ଏମିତି କିଛି ଘଟଣା ଦେଖାଯାଇଛି ଯାହା ରିୟଲ୍ ଧୋନୀଙ୍କ ସହ କୌଣସି ସାମଞ୍ଜସ୍ୟ ନାହିଁ ।

dhoniଧୋନୀଙ୍କ କେହି ଭାଇ ନାହାନ୍ତି : ଫିଲ୍ମରେ ଦେଖାଯାଇଛି ଯେ ଧୋନୀଙ୍କ କେହି ଭାଇ ନାହାନ୍ତି କେବଳ ଜଣେ ବଡ ଭଉଣୀ ଅଛନ୍ତି । କିନ୍ତୁ ଭଉଣୀଙ୍କ ସହ ଧୋନୀଙ୍କର ଜଣେ ବଡ ଭାଇ ମଧ୍ୟ ଅଛନ୍ତି । ତାଙ୍କ ନାଁ ହେଉଛି ନରେନ୍ଦ୍ର ସିଂ ଧୋନୀ ।

dhoni2ପ୍ରିୟଙ୍କାଙ୍କ ସହ ଫ୍ଲାଇଟରେ ଦେଖା ହେବା : ଫିଲ୍ମରେ ଅଛି ୨୦୦୫ରେ ପାକିସ୍ତାନ ବିପକ୍ଷ ସିରିଜ୍ ସମୟରେ ପ୍ରିୟଙ୍କାଙ୍କ ସହ ଧୋନୀଙ୍କ ଦେଖା ହୋଇଥିଲା । କିନ୍ତୁ ମିଡିଆ ରିପୋର୍ଟସ ଅନୁସାରେ ଧୋନୀ ଓ ପ୍ରିୟଙ୍କାଙ୍କ ଦେଖା ୨୦୦୫ରେ ନୁହେଁ ବରଂ ୨୦୦୨ରେ ହୋଇଥିଲା । ଘରୋଇ କ୍ରିକେଟ୍ ଖେଳିବା ସମୟରୁ ହିଁ ଉଭୟଙ୍କ ପ୍ରେମ ସଂପର୍କ ଥିଲା । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ଫ୍ଲାଇଟରେ ଧୋନୀଙ୍କ ସହ ଦେଖା ହୋଇଥିବା ଝିଅ ପ୍ରିୟଙ୍କା ନୁହଁନ୍ତି ଆଉ କେହି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।

ସାକ୍ଷୀଙ୍କୁ ମିଡିଆର ପ୍ରଶ୍ନ : ଫିଲ୍ମରେ ଏକ ଦୃଶ୍ୟ ରହିଛି ଯେଉଁଥିରେ ଧୋନୀ ଯିବା ପରେ ସାକ୍ଷୀଙ୍କୁ ବିଭିନ୍ନ ଗଣମାଧ୍ୟମ ଘେରି ତାଙ୍କ ସଂପର୍କକୁ ନେଇ ପ୍ରଶ୍ନ କରିଛନ୍ତି । ତେବେ ସତ ହେଉଛି ଯେ ବିବାହ ଧୋନୀ ଓ ସାକ୍ଷୀଙ୍କ ପ୍ରେମ ସଂପର୍କ ବିଷୟରେ କେହି ଜାଣି ନଥିଲେ । ୨୦୦୮ରେ ଧୋନୀ ସାକ୍ଷୀଙ୍କୁ ଦେଖା କରିବାକୁ ଔରଙ୍ଗାବାଦ ଓ ସାକ୍ଷୀ ମୁମ୍ବାଇ ଆସିଥିଲେ । ଆଉ ଏ ବିଷୟରେ କୌଣସି ଗଣମାଧ୍ୟମ ପାଖରେ ସୁରାଗ ମଧ୍ୟ ନଥିଲା ।

dhoni3ସାକ୍ଷୀ ଧୋନୀଙ୍କୁ ଚିହ୍ନି ନଥିଲେ : ବାୟୋପିକ୍ ଅନୁସାରେ ପ୍ରଥମ ଥର ଯେତେବେଳେ ସାକ୍ଷୀ ଧୋନୀଙ୍କୁ ଦେଖିଲେ ଚିହ୍ନି ପାରି ନଥିଲେ । କିନ୍ତୁ ପ୍ରକୃତରେ ସାକ୍ଷୀ ଧୋନୀଙ୍କ ଜଣେ ବହୁତ ବଡ ଫ୍ୟାନ୍ ଥିଲେ । ସେ କୋଲକାତା ତାଜ୍ ହୋଟେଲରେ ଧୋନୀଙ୍କୁ ଦେଖି ସେଲଫି ପାଇଁ ଅନୁରୋଧ ମଧ୍ୟ କରିଥିଲେ ।

ଧୋନୀ ଓ ସାକ୍ଷୀଙ୍କ ସାକ୍ଷାତ : ଫିଲ୍ମରେ ଧୋନୀଙ୍କ ଆଇଡି ପ୍ରୁଫ୍ ପାଇଁ ସାକ୍ଷୀ ତାଙ୍କ ରୁମକୁ ଯାଇଥିଲେ । କିନ୍ତୁ ସେମିତି କିଛି ଘଟଣା ଘଟିନଥିଲା । ହୋଟେଲରେ ହୋଇଥିବା ଛୋଟ ସାକ୍ଷାତ ପରେ ଉଭୟ ଅଲଗା ହୋଇ ଯାଇଥିଲେ । ପରେ ଧୋନୀଙ୍କ ମ୍ୟାନେଜର୍ ସୁଧାଜିତ୍ ଦତ୍ତ ଉଭୟଙ୍କ ସାକ୍ଷାତ କରାଇଥିଲେ । ସୁଧାଜିତ୍ ସାକ୍ଷୀଙ୍କ ଜଣେ ଭଲ ସାଙ୍ଗ ଥିଲେ । ତାପରେ ଧୋନୀ ସୁଧାଜିତଙ୍କ ଠାରୁ ହିଁ ସାକ୍ଷୀଙ୍କ ଫୋନ୍ ନମ୍ବର ନେଇଥିଲେ ।

dhoni5ସମୟ ବଦଳିଲା କିନ୍ତୁ ଧୋନୀଙ୍କ ଘର ନୁହେଁ : ଫିଲ୍ମରେ ଆରମ୍ଭରୁ ଶେଷ ଯାଏ ଧୋନୀଙ୍କ ଗୋଟିଏ ଘର ହିଁ ଦେଖା ଯାଇଛି । ପ୍ରକୃତରେ ଯେତେବେଳେ ଧୋନୀ ଷ୍ଟାର୍ କ୍ରିକେଟର ମାନ୍ୟତା ପାଇଲେ କିଛି ବର୍ଷ ଭିତରେ ନୂଆ ଘରକୁ ଚାଲି ଯାଇଥିଲେ ।

dhoni4ଧୋନୀଙ୍କ ବିଜ୍ଞାପନ : ଫିଲ୍ମ ଅନୁସାରେ ଧୋନୀ ଗାର୍ନିୟର୍ ଓ ଲାଭା ପରି ବ୍ରାଣ୍ଡର ବଜ୍ଞାପନ ୨୦୦୭ ଟି-୨୦ ୱର୍ଲ୍ଡ କପ୍ ଜିତିବା ପରେ କରିଥିଲେ । କିନ୍ତୁ ମଜା କଥା ହେଉଛି ଯେ ଧୋନୀ ଆଜି ଯାଏ କେବେ ଗାର୍ନିୟରର ବିଜ୍ଞାପନ କରି ନାହାନ୍ତି । ଅନ୍ୟପଟେ ଲାଭା କମ୍ପାନୀ ୨୦୦୯ରେ ଆସିଥିଲା ଆଉ ଧୋନୀ ୨୦୧୬ରେ ଲାଭା ସହ ଜଡିତ ହେଲେ । ତେବେ ଏସବୁ ଦେଖି ଲାଗୁଛି ଯେ ଫିଲ୍ମ କରିବା ବେଳେ ନିର୍ଦେଶକ ସୁଶାନ୍ତଙ୍କୁ ବୋଧେ ଧୋନୀ ଭାବି ନେଇଥିଲେ ।