ଟ୍ରେନ୍ ଯାତ୍ରା ସମୟରେ ଯଦି କରିବେ ଏଭଳି ଭୁଲ୍, ତେବେ ଭୋଗିପାରନ୍ତି ଜେଲ ଦଣ୍ଡ   

ଏହାର ପାଳନ ନକରିବା ଦ୍ୱାରା ଆଇନଗତ ତଦନ୍ତ ହେବା ସହ ଜେଲଦଣ୍ଡ ମଧ୍ୟ ମିଳିଥାଏ ।

362

ଟ୍ରେନରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ପାଇଁ କିଛି ନିୟମ ରହିଛି । ଏହାର ପାଳନ ନକରିବା ଦ୍ୱାରା ଆଇନଗତ ତଦନ୍ତ ହେବା ସହ ଜେଲଦଣ୍ଡ ମଧ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଯାତ୍ରୀମାନେ କରୁଥିବା ସେହି ସବୁ ଭୁଲ ବିଷୟରେ ଜଣାଇବାକୁ ଯାଉଛୁ ।

    • କମ ଦୂରତାକୁ ଯାତ୍ରା କରିବା ପାଇଁ ଟିକେଟ୍ କରି ଅଧିକ ଦୂରତା ପର୍ଯ୍ୟନ୍ତ ଯାତ୍ରା କରୁଥିବା ସମୟରେ ଧରାପଡ଼ିଲେ, ଟ୍ରେନରୁ ଓହ୍ଲାଇ ଦିଆଯାଇଥାଏ । ଯେଉଁ ଷ୍ଟେସନରେ ଟିଟିଇ ଯାତ୍ରୀଙ୍କ ଏଭଳି ଭୁଲ ବିଷୟରେ ଜାଣିବେ,ତୁରନ୍ତ ସେହି ଷ୍ଟେସନରେ ଯାତ୍ରୀଙ୍କୁ ଓହ୍ଲାଇ ଦେଇପାରିବେ । ଏହା ସହ ଯଦି ୧୦୦ଟଙ୍କାର ଟିକେଟ କାଟି ଯାତ୍ରୀ ୫୦୦ଟଙ୍କାର ଦୂରତା ଅତିକ୍ରମ କରିଥିବା ଜଣାପଡ଼େ, ତେବେ ତାକୁ ୪୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ ।
    • କମ ଦୂରତାର ଟିକେଟ୍ କରି ଯଦି ଯାତ୍ରୀ ରେଷ୍ଟ୍ରିକଟେଡ୍ ଟ୍ରେନରେ ଯାତ୍ରା କରୁଥିବାର ଧରା ପଡ଼େ, ତେବେ ଯାତ୍ରୀକୁ ଟିକେଟ ପାଇଁ ଦେଇଥିବା ଭଡ଼ା ଏବଂ ପାଖରେ ଥିବା ଷ୍ଟେସନକୁ ଯିବା ପାଇଁ ଲାଗୁଥିବା ଭଡ଼ା ମଧ୍ୟରେ ଥିବା ପାର୍ଥକ୍ୟ ଯେତିକି, ସେତିକି ଟଙ୍କା ଦେବାକୁ ପଡ଼ିଥାଏ ।

 

  • ପୋଷ୍ଟାଲ ଭ୍ୟାନରେ ଯାତ୍ରା କରିବା ପାଇଁ କେବଳ ରେଲୱେ ମେଲ୍ ସେବା କର୍ମଚାରୀଙ୍କୁ ମେଟାଲ ଟୋକନ ମିଳିଥାଏ । ଯଦି କେହି ଚେକିଂ ସମୟରେ ଏହି ଟୋକନ ଦେଖାଇ ପାରିନଥାଏ, ତେବେ ମାମଲାର ତଦନ୍ତ ଦାୟିତ୍ୱ ଡ଼ିଭିଜିନାଲ କମର୍ସିଆଲ ସୁପରିଟେଣ୍ଡଣ୍ଟଙ୍କୁ ଦିଆଯାଇଥାଏ ।
  • ନିୟମ ଅନୁସାରେ, ମହିଳା ବଗିରେ କେବଳ ମହିଳା ଟିଟିଇଙ୍କୁ ଟିକେଟ୍ ଯାଞ୍ଚ କରିବାର ଅଧିକାର ରହିଛି । ପୁରୁଷ ଟିଟିଇ ଏହି ବଗିକୁ ଯାଇ ଟିକେଟ ଚେକ୍ କରିପାରିବେ ନାହିଁ । କିନ୍ତୁ ପ୍ଲାଟଫର୍ମରେ ପୁରୁଷ ଟିଟିଇ ମହିଳା ବଗିର ଯାତ୍ରୀମାନଙ୍କ ଟିକେଟ ଚେକ୍ କରିପାରିବେ ।