ମିଶରରେ ଆତଙ୍କବାଦୀ ଆକ୍ରମଣ ! ମସଜିଦରେ ନମାଜ ବେଳେ ଗୁଳିମାଡ । ୨୫୫ ମୃତ, ଶତାଧିକ ଆହତ

23

କନକ ବ୍ୟୁରୋ : ମିଶରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ସିନାଇରେ ଏକ ମସଜିଦ ଉପରେ ହୋଇଥିବା ଆକ୍ରମଣରେ ୨୫୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଶତାଧିକ ଆହତ ହୋଇଛନ୍ତି । ଅଲ ଆରିଶ ସହରର ଅଲ ରୌଦା ମସଜିଦରେ ଏହି ବିସ୍ଫୋରଣ ହୋଇଛି । ଶୁକ୍ରବାର ନମାଜ ସମୟରେ ମସଜିଦ ସାମନାରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା ।

ଲୋକମାନେ ପ୍ରାଣ ବିକଳରେ ଧାଉଁଥିବା ବେଳେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ କରିଥିଲେ । ୫୦ଟି ଆମ୍ବୁଲାନ୍ସରେ ଆହତଙ୍କୁ ହସ୍ପିଟାଲ ନିଆଯାଇଛି । ମିଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଏହାକୁ ଆତଙ୍କବାଦୀଙ୍କ କାମ ବୋଲି କହିଛନ୍ତି । ତେବେ ଏଯାଏ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଆକ୍ରମଣ ପରେ ମିଶର ସରକାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅବଦୁଲ ଫତେହ ଅଲ ସିସି ବରିଷ୍ଠ ଅଧିକାରୀଙ୍କ ଜରୁରୀ ବୈଠକ ଡକାଇଛନ୍ତି ।