ମିଶନ୍ ଶକ୍ତିକୁ ନେଇ ରାଜନୀତି ! କଂଗ୍ରେସ କହିଲା, ଉପା ସରକାର ଅମଳରେ ଆରମ୍ଭ ହୋଇଥିଲା ମିଶନ୍

173

କନକ ବ୍ୟୁରୋ : ମିଶନ ଶକ୍ତିର ସଫଳତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଭାଜପା ପକ୍ଷରୁ ସମସ୍ତ ଶ୍ରେୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଦିଆଯାଉଛି । ଅନ୍ୟପଟେ କଂଗ୍ରେସ ଦାବି କରିଛି ମିଶନ ଶକ୍ତି ଆରମ୍ଭ କରିଥିଲା ଉପା ସରକାର ।

ମହାକାଶରେ ଭାରତର ସଫଳତାକୁ ନେଇ କ୍ରେଡ଼ିଟ୍ ୱାର । କଂଗ୍ରେସ ନେତା ଅମମ୍ମଦ ପଟେଲ କହିଛନ୍ତି ୟୁପିଏ ସରକାର ଅମଳରେ ଏହି ମିଶନର ଆରମ୍ଭ ହୋଇଥିଲା । ଟ୍ୱିଟ ଜରିଆରେ ସେ କହିଛନ୍ତି ଉପା ସରକାର ହିଁ ଏସାଟ୍ ପ୍ରୋଗ୍ରାମର ଆରମ୍ଭ କରିଥିଲା, ଯାହା ଆଜି ସଫଳ ହୋଇଛି । ଭାରତୀୟ ବୈଜ୍ଞାନିକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଅମହମ୍ମଦ ପଟେଲଙ୍କ ବ୍ୟତୀତ ଅନ୍ୟ ଦଳର ନେତାମାନେ ମଧ୍ୟ ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

 

କଂଗ୍ରେସ  ଦଳ ପକ୍ଷରୁ ମଧ୍ୟ ଏନେଇ ଟ୍ୱିଟ କରାଯାଇଛି । ଇସ୍ରୋ, ଡିଆରଡ଼ିଓ ଓ କେନ୍ଦ୍ର ସରକାଙ୍କରୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଚ୍ଚାଇଛି କଂଗ୍ରେସ । ଭାରତୀୟ ସ୍ପେସ୍ ପ୍ରୋଗ୍ରାମର ଆରମ୍ଭ ୧୯୬୨ରେ ଜବାହାରଲାଲ ନେହରୁଙ୍କ ସମୟରେ ହୋଇଥିଲା ଏବଂ ଇସ୍ରୋର ଗଠନ ମଧ୍ୟ ଇନ୍ଦିରରା ଗାନ୍ଧିଙ୍କ କାର୍ଯ୍ୟକାଳରେ ହୋଇଥିବା ବୋଲି ମନେ ପକାଇ ଦେଇଛି କଂଗ୍ରେସ ।