ସୁକମାରୁ କାନାଡିଆନ ନାଗରିକ ଅପହରଣ ନାଟକରେ ପଡିନି ଯବନିକା ! ଏଯାଏଁ ସାମନାକୁ ଆସିନାହାନ୍ତି ଜନ୍

32

କନକ ବ୍ୟୁରୋ : ମାଲକାନଗିରି ସୁକମା ସୀମାରେ କାନାଡା ନାଗରିକ ଅପହରଣ ନେଇ ଏବେ ବି ସସପେନ୍ସ ଜାରି ରହିଛି । ବର୍ତମାନ ଯାଏ ସୁରକ୍ଷିତ ଭାବେ ଫେରିନାହାନ୍ତି ବିଦେଶୀ ନାଗରିକ ଜନ୍ । କିସ୍ତରାମ ଜଙ୍ଗଲରେ ଜନଙ୍କ ଜିପିଏସ ଲୋକେସନ ଠାବ ହୋଇଥିବା ସୂଚନା ମିଳିଛି । ମିଲିସିଆ କବଳରେ ଜନ ଥିବା ନେଇ ସନ୍ଦେହ କରାଯାଉଚି ।

ଗତକାଲି ଛତିଶଗଡ ସୁକମା ଜିଲ୍ଲା କିସ୍ତରାମ ଗାଁରେ ଜନଙ୍କ ଭାଷା ନବୁଝି ପାରିବାରୁ ଗାଁ ଲୋକ ଅଟକ ରଖିଥିବା ସୂଚନା ଦେଇଥିଲେ ଛତିଶଗଡ ସ୍ପେଶାଲ ଡିଜି ଡିଏମ ଅଗସ୍ତି । ଗତକାଲି ଜନ ନିଖୋଜ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓଡିଶା ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ । ଜନଙ୍କ ଅପହରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୁଷମା ଆଲୋଚନା କରିଥିବା ଟ୍ୱିଟ୍ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-