ଫିକା ଜୀବନରେ ରଙ୍ଗୀନ୍ ମୋଡ : ସୁନ୍ଦରୀ ପ୍ରତିଯୋଗୀତାରେ ଦୃଷ୍ଟିହୀନ

62

ସୁନ୍ଦରୀ ପ୍ରତିଯୋଗିତା କଥା ଆସିଲେ ଆଖି ସାମ୍ନାରେ ଝଲସି ଉଠେ ସୁନ୍ଦରୀ ତରୁଣୀଙ୍କ ଚେହେରା । ଯେଉଁମାନଙ୍କ ଷ୍ଟାଇଲସ ପୋଷାକ ସହ କ୍ୟାଟ୍ ୱାକ୍ ଦର୍ଶକଙ୍କୁ କରିଥାଏ ମତୁଆଲା । ତେବେ କେବଳ ଦୃଷ୍ଟି ଶକ୍ତି ଥିବା ତରୁଣୀ ମାନେ ହିଁ ଏପରି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ ଏହାକୁ ଭୁଲ୍ ବୋଲି ପ୍ରମାଣ କରିଛି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଭିନ୍ନ ଏକ ସୁନ୍ଦରୀ ପ୍ରତିଯୋଗୀତା । ଯେଉଁଥିରେ ସମଗ୍ର ଓଡିଶାରୁ ପ୍ରାୟ ୫୦ରୁ ଅଧିକ ଦୃଷ୍ଟିହୀନ ପ୍ରତିଯୋଗୀ ଭାଗ ନେଇଥିଲେ । ଆଉ ଏଥିରେ ସିଲେକ୍ଟ ହୋଇଥିବା ଝିଅମାନେ ମୁମ୍ବାଇରେ ଅନୁଷ୍ଠିତ ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫିନାଲେରେ ଓଡିଶାକୁ ରିପ୍ରେଜେଂଟ କରିବେ ।

ହେଲେ ତା ପୂର୍ବରୁ ସିଲେକ୍ଟ ହୋଇଥିବା ୧୪ ଜଣ ପ୍ରତିଯୋଗୀଙ୍କୁ କିଟ୍ ଇଷ୍ଟିଚ୍ୟୁଟ୍ ଅଫ ଫ୍ୟାସନ୍ ଟେକ୍ନଲୋଜିରେ ନେବେ ଏକ ସ୍ପେଶାଲ ଟ୍ରେନିଂ । ଯେଉଁଠାରେ ସେମାନଙ୍କୁ ଚାଲିବା ଶୈଳୀଠାରୁ ଆରମ୍ଭ କରି କଥା ହେବା ଠାଣୀ ଓ ଡ୍ରେସିଂ ଷ୍ଟାଇଲର ଏକ ଶିକ୍ଷା ଦିଆଯିବ । ଏହା ପରେ ଅଗଷ୍ଟ ୨୮ରେ ଏକ ସ୍ପେଶାଲ୍ ରାଉଣ୍ଡରେ ୪ଜଣ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ କରି ମୁମ୍ବାଇ ଅଡିସନକୁ ପଠାଯିବ ।

ତେବେ ଓଡିଶା ସହ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ମାତ୍ର ୧୨ ଜଣ ମୁମ୍ବାଇ ଅଡିସନରେ ସିଲେକ୍ଟ ହୋଇ ଜାନୁୟାରୀ ହେବାକୁ ଥିବା ଗ୍ରାଂଣ୍ଡ୍ ଫିନାଲେରେ ଭାଗ ନେବେ । ହେଲେ ତା ପୂର୍ବରୁ ଦେଶର ନାମୀଦାମୀ ଫ୍ୟାଶନ ଡିଜାଇନରଙ୍କ ସହ ୧୫ ଦିନ କାମ କରିବେ ।

ତେବେ ଏହା କେବଳ ଗୋଟିଏ ପ୍ରତିଯୋଗୀତା ନୁହେଁ । ଏପରି ପ୍ଲାଟଫର୍ମ ଜରିଆରେ ଏହି ଝିଅ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ତିଆରି କରିବା ସହ ସମଗ୍ର ବିଶ୍ୱକୁ ନିଜର ଟ୍ୟାଲେଂଟ ଦେଖାଇବା ହିଁ ପ୍ରତିଯୋଗିତାର ମୂଳ ଲକ୍ଷ ।