ତାମିଲନାଡୁର ଅନୁକ୍ରିତୀ ଭାସ ହେଲେ ମିସ୍ ଇଣ୍ଡିଆ ୱର୍ଲ୍ଡ-୨୦୧୮: ଆୟୋଜିତ କାର୍ଯ୍ୟକ୍ରମରେ ପରଫର୍ମ କଲେ କରୀନା, ଜ୍ୟାକଲିନ୍ ଓ ମାଧୁରୀ

44

କନକ ବ୍ୟୁରୋ : ମୁମ୍ବାଇ ଠାରେ ଅନୁଷ୍ଠିତ ମିସ ଇଣ୍ଡିଆ ୱାଲର୍ଡ-୨୦୧୮ ପ୍ରତିଯୋଗିତାରେ ତାମିଲନାଡୁର ଅନୁକ୍ରିତୀ ଭାସ ବିଜୟୀ ହୋଇଛନ୍ତି । ସେ ୨୯ଜଣ ପ୍ରତିଯୋଗୀଙ୍କୁ ହରାଇ ଏହି ପ୍ରତିଯୋଗିତା ଜିତିଥିଲେ । ଏହି ପ୍ରତିଯୋଗିତାରେ ହରିଆଣାର ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ଏବଂ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମାନୁଷି ଚିଲର, କରିନା କପୁର ଖାଁ, ଜାକଲିନ ଫର୍ଣ୍ଣାଡିଜ ଏବଂ ମାଧୁରୀ ଦୀକ୍ଷିତ ପ୍ରମୁଖ ଭାଗ ନେଇଥିଲେ । ଫେମିନା ମିସ ଇଣ୍ଡିଆ ମାନୁଷି ଚିଲର ପ୍ରତିଯୋଗୀମାନଙ୍କୁ ତାଙ୍କ ଅଭିଜ୍ଞତା ବାଂଟିଥିଲେ । ମୁମ୍ବାଇରେ ଏହି ବିଶାଳ ଅନୁଷ୍ଠାନର ଆୟୋଜନ କରିଥିଲେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତା ଆୟୁଷ୍ମାନ କୁରାନା । ଏଥିରେ ମାଧୁରୀ ଦିକ୍ଷିତ୍‌, କରୀନା କପୁର ଏବଂ ଜାକ୍ୟୁଲିନ୍‌ ଫର୍ଣ୍ଣାଡେଜ୍‌ ଭଳି ତାରକା ନୃତ୍ୟ ପରିବେଷଣ କରିଥିଲେ ।

ଅନୁଷ୍ଠାନ ଶେଷରେ ବିଜୟିନୀମାନଙ୍କୁ ୨୦୧୭ର ମିସ୍‌ ଓ୍ଵାର୍ଲ୍ଡ ମାନୁଷୀ ଚିଲ୍ଲାର, ୨୦୧୭ ମିସ୍‌ ୟୁନାଇଟେଡ୍‌ କଣ୍ଟିନେଣ୍ଟ୍‌ସ୍‌ ସାନା ଦୁଆ ଏବଂ ମିସ୍‌ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ୨୦୧୭ ପ୍ରିୟଙ୍କା କୁମାରୀ ଟାଇଟଲ୍‌ ଧାରିଣୀମାନଙ୍କୁ ମୁକୁଟ ପିନ୍ଧାଇ ଥିଲେ । ୧୯ ବର୍ଷୀୟ ବିଜୟିନୀ ଅନୁକୃତି ଓ୍ଵାସ୍‌ ତାମିଲ୍‌ନାଡୁ ବାସିନୀ ଏବଂ ସେ ଲୟଲା କଲେଜ୍‌ରେ ଫ୍ରେଞ୍ଚ୍‌ରେ ସ୍ନାତକ କରୁଛନ୍ତି । ମଡେଲିଙ୍ଗ୍‌ ଏବଂ ଅଭିନୟରେ ତାଙ୍କର ଆଗ୍ରହ ରହିଛି । ପୂର୍ବରୁ ସେ ୩୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସମ୍ମାନଜନକ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ତାମିଲ୍‌ନାଡୁ ମୁକୁଟ ହାସଲ କରିଥିଲେ । ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ଓ୍ଵାସ୍‌ ଭାରତର ପ୍ରତିନିଧିତ୍ୱ କରିବେ ।