ମିସ୍ ଏସିଆ ପାସିଫିକ ଇଂଟରନ୍ୟାସନାଲରେ ଭାରତକୁ ପ୍ରତିନିଧିତ୍ୱ କଲେ ସମ୍ବଲପୁରର ବି.ଶିବସୃଷ୍ଟି

26

ସମ୍ବଲପୁରର : ସମ୍ବଲପୁରର ଝିଅ ବି.ଶିବସୃଷ୍ଟି ବିଶ୍ୱ ଦରବାରରେ ଓଡ଼ିଶା ତଥା ସମ୍ବଲପୁରକୁ ପରିଚିତ କରାଇଛନ୍ତି । ଫିଲିପାଇନ୍ସରେ ଆୟୋଜିତ ହୋଇଥିବା ମିସ୍ ଏସିଆ ପାସିଫିକ ଇଂଟରନ୍ୟାସନାଲରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ସମ୍ବଲପୁରର ବି.ଶିବସୃଷ୍ଟି । ଫିଲିପାଇନ୍ସର ମାନିଲାଠାରେ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିଥିଲା । ୪୦ଟି ଦେଶର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ  ।

ସମ୍ବଲପୁର ପ୍ରଧାନପଡା ନିବାସୀ ବି.କେ ସଞ୍ଜୀବ ଓ ବି.ସାଲୁଜାଙ୍କ ଝିଅ ବି.ଶିବସୃଷ୍ଟି । ବାଙ୍ଗାଲୁରୁରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମଡେଲିଂ ଆରମ୍ଭ କରିଥିଲେ । ଏହାସହ ବିଭିନ୍ନ ମଡେଲିଂ ସୋ’ ଓ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଛନ୍ତି ।