କନକ ବ୍ୟୁରୋ: ଗୁରୁବାର, ରାତି ପ୍ରାୟ ସାଢେ ୧୧ ଟା । ସ୍ଥାନ- ଭୁବନେଶ୍ୱର ଶିରିପୁରର ଶବରସାହି । ରାସ୍ତାମଝିରେ ଚାଲିଛି ଆତଙ୍କରାଜ । ବେଧଡକ ଗୁଣ୍ଡାଗିରି । ସାହିରେ ରହୁଥିବା ଏକ ଦମ୍ପତ୍ତିଙ୍କୁ ଗୋଡାଉଛନ୍ତି ଦଳେ ନିଶାସକ୍ତ ଯୁବକ । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ଆକ୍ରମଣ କରୁଛନ୍ତି । କିଛି ଯୁବକ ପଥର ମାଡ ବି କରୁଛନ୍ତି । ସିସିଟିଭିରେ କଏଦ ହୋଇଛି ଦୁର୍ବୃତ୍ତଙ୍କ ଆତଙ୍କର ଚେହେରା । ଆଉ ଏହେଉଛନ୍ତି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଦମ୍ପତ୍ତି ।

ଶିରିପୁର ଶବରସାହିରେ ରହୁଥିବା ସ୍ୱରୁପ ଦାସ, ପତ୍ନୀଙ୍କ ସହ କାରରେ ଏକ ଭୋଜିରୁ ଫେରୁଥିଲେ । ଏହି ସମୟରେ ସାହି ମଝିରେ ଥିବା ମଦ ଦୋକାନ ସାମ୍ନା ରାସ୍ତା ଉପରେ ଠିଆ ହୋଇଥିଲା ଏକ ବାଇକ୍ । ଆଉ ପାଖରେ ଥିଲେ ୪ ରୁ ୫ ଜଣ ଯୁବକ । ସ୍ୱରୁପ ଗାଡି ହଟାଇବାକୁ କହିବା ପରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ । ନିଶାସକ୍ତ ଯୁବକମାନେ ତାଙ୍କ ସାମ୍ନାରେ ପତ୍ନୀଙ୍କୁ ଅସଦାଚରଣ କରିଥିଲେ । ଆଉ ପ୍ରତିବାଦ କରିବାରୁ ତାଙ୍କ ଉପରେ ହୋଇଥିଲା ରକ୍ତାକ୍ତ ଆକ୍ରମଣ । ଏପରିକି ପଥର ମାରି ସ୍ୱରୁପଙ୍କ ଗାଡି ଭାଂଗି ଦେଇଥିଲେ ଦୁର୍ବୃତ୍ତ ।

ଏହେଉଛି ରାତିର ରାଜଧାନୀର ଚେହେରା । ସ୍ମାର୍ଟସିଟିର ସତ । ସାହି ମଝିରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ । ସ୍ୱାମୀ ସାମ୍ନାରେ ସ୍ତ୍ରୀ ପ୍ରତି ଦୁର୍ବବ୍ୟହାର । ଆଉ ଏସବୁର ମୂଳରେ ରହିଛି ସାହିରେ ଥିବା ମଦ ଦୋକାନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-