ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ରାଜଧାନୀର ରାଜରାସ୍ତାରେ ଝିଅଙ୍କୁ ଅସଦାଚରଣ । ଭୁବନେଶ୍ୱରର ରଘୁନାଥପୁର ଅଂଚଳରେ ଦେଖିବା ଏଭଳି ଏକ ଅଭାବନୀୟ ଘଟଣା । ୩ ଜଣ ଝିଅ ତାଙ୍କ ଜଣେ ପୁଅ ସାଙ୍ଗ ସହ ଯାଉଥିବା ବେଳେ ଘଟିଛି ଏହି ଘଟଣା ।

୫ ଜଣ ପୁଅ ନମ୍ବର ବିହୀନ ବାଇକରେ ଆସି ଝିଅଙ୍କୁ କଂମେଟ୍ ମାରିଥିଲେ । ଏମିତିକି ଝିଅଙ୍କୁ ଅସଦାଚରଣ କରିଥିବା ନେଇ ମଧ୍ୟ ନନ୍ଦନକାନନ ଥାନରେ ଅଭିଯୋଗ ହୋଇଛି । ତେବେ ଭୁବନେଶ୍ୱର ରାଜରାସ୍ତାରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏହି ଘଟଣା ପୁଲିସଙ୍କ ଆଗରେ ଯେତିକି ଚ୍ୟାଲେଂଜ୍ ସୃଷ୍ଟି କରିଛି, ଝିଅ ପିଲାଙ୍କ ସୁରକ୍ଷା ନେଇ ମଧ୍ୟ ଏକ ବଡ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।

ଦେଖନ୍ତୁ ଏହି ଭିଡିଓ –