ଯୁବତୀକୁ ଅଶ୍ଳୀଳ କମେଂଟ ମରା ଘଟଣା : ରଘୁନାଥପୁରରେ ପୁଲିସର ଚଢଉ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ରଘୁନାଥପୁର ଅଂଚଳରେ ଯୁବତୀକୁ ଅଶ୍ଳୀଳ କମେଂଟ ମରା ଘଟଣାରେ ରଘୁନାଥପୁରରେ ଚଢଉ କରିଛି ପୁଲିସ । ଚଢଉ ସମୟରେ ଜଣେ ଅଭିଯୁକ୍ତ ଖସି ପଳାଇଯାଇଛି । ତେବେ ଯୁବକଙ୍କ ଘରେ ଥିବା ବାଇକ ଜବତ କରାଯାଇଛି । ଏହାସହ କେତେ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ ।

ଗତକାଲି ଘଟିଥିବା ଏହି ଘଟଣାରେ ଯୁବତୀ ଜଣକ ଅଭିଯୋଗ କରିବା ପାଇଁ ଥାନାକୁ ଯାଇଥିବାବେଳେ ତାଙ୍କୁ ପୁଲିସ ଅଧିକାରୀ ଗାଳିଦେଇଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଡିସିପି କହଛନ୍ତି । ଏହାସହ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟବ୍ରତ ଭୋଇ କହିଛନ୍ତି ।

ଗତକାଲି ଭୁବନେଶ୍ୱର ରଘୁନାଥପୁର ଅଂଚଳରେ ଯୁବତୀଙ୍କୁ ଅଶ୍ଳୀଳ କଂମେଟ ମାରିଥିଲେ କିଛି ଯୁବକ । ୩ ଜଣ ଯୁବତୀ ତାଙ୍କ ଜଣେ ପୁଅ ସାଙ୍ଗ ସହ ବାଇକରେ ଯାଉଥିବା ବେଳେ ରଘୁନାଥପୁର ନିକଟରେ କମେଂଟ୍ କରିଥିଲେ ଦୁଇ ଜଣ ଯୁବକ । ଏହାର ପ୍ରତିବାଦ କରିବାରୁ ବେଶ କିଛି ସମୟ ଧରି ବଚସା ହୋଇଥିଲା ।

ଏହା ପରେ ସେହି ଦୁଇ ଜଣ ଯୁବକ କିଛି ସାଙ୍ଗକୁ ସାଥିରେ ଆଣି ପୁଣି ସେମାନଙ୍କୁ ଅଟକାଇଥିଲେ । ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ହାତ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ କମେଂଟର ଶିକାର ହୋଇଥିବା ଯୁବତୀମାନେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ।