ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ : କଳାରଙ୍ଗର ପଲସରରେ ଆସିଥିଲେ ଦୁର୍ବୃତ୍ତ

273

କନକ ବ୍ୟୁରୋ : ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନସ୍ଥ ଭିମେଇ ଛକ ନିକଟରେ । ଘରୋଇ ଫାଇନାନ୍ସ କମ୍ପାନୀର ଦୁଇଜଣ କର୍ମଚାରୀ ଟଙ୍କା କଲେକସନ କରି ଫେରୁଥିବା ବେଳେ ସେମାନଙ୍କୁ ଆକ୍ରମଣ କରିଛନ୍ତି ଲୁଟେରା । ଦୁଇଜଣ କର୍ମଚାରୀ ସୋର କେଶପୁର ଗାଁରୁ ଟଙ୍କା କଲେକ୍ସନ କରି ଫେରୁଥିଲେ ।

ଠିକ ଏତିକି ବେଳେ ୩ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସରରେ ଆସିଥିଲେ । କେହି କିଛି ବୁଝିବା ଆଗରୁ ଦୁଇଜଣ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଭୟଭୀତ ହୋଇଯାଇଥିଲେ ଫାଇନାନ୍ସ କର୍ମଚାରୀ । ସେମାନଙ୍କ ନିକଟରେ ଥିବା ଏକ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତା ଆହତ ଦୁଇଜଣ ହେଉଛନ୍ତି ଜଗନ୍ନାଥ ସ୍ୱାଇଁ ଓ ରଶ୍ମିରେଖା ଦାସ । ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।