ଏଟିଏମ କ୍ୟାସ ଗାଡି ଉପରକୁ ବୋମାମାଡ କରି ଲୁଟ୍ । ଖଣ୍ଡପଡା କଇଥାପାଲି ନିକଟରେ ବାଇକରେ ଆସି ଲକ୍ଷେ ୭୯ ହଜାର ଟଙ୍କା ଲୁଟି ନେଲେ ୪ ଦୃବୃର୍ତ୍ତ

79

କନକ ବ୍ୟୁରୋ: କ୍ୟାସ୍ ଭ୍ୟାନ ଉପରକୁ ବୋମାମାଡ କରି ଲୁଟ୍ କଲେ ଦୁବୃର୍ତ୍ତ । ଖଣ୍ଡପଡା ଥାନା କଇଥାପାଲି ନିକଟରେ ୨ଟି ବାଇକରେ ଆସି ଲକ୍ଷେ ୭୯ ହଜାର ଟଙ୍କା ଲୁଟି ନେଇଛନ୍ତି ୪ ଦୃବୃର୍ତ୍ତ । ଘରୋଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିବାବେଳେ ଘଟିଛି ଏଭଳି ଘଟଣା ।

ମାତ୍ର କିଛି ସମୟ ପୂର୍ବରୁ ନୟାଗଡରୁ ଖଣ୍ଡପଡା ଆଡକୁ ଆସୁଥିବା ଭ୍ୟାନ ଉପରେ ପୂର୍ବ ଯୋଜନା ଅନୁଯାୟୀ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ଜିଲ୍ଳାର ବିଭିନ୍ନ ରାସ୍ତାକୁ ନାକାବନ୍ଦୀ କରି ଛାନଭିନ ଚଳାଇଛି ପୋଲିସ୍ ।

ସୂଚନାଯୋଗ୍ୟ, ଖଣ୍ଡାପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟ ଦେଇ ଏଟିଏମ୍କୁ ଟଙ୍କା ଭରିବାକୁ ଯାଉଥିବା ବେଳେ ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ଆସି ଆକସ୍ମିକ ଭାବେ ଏଟିଏମ୍ ଭ୍ୟାନ୍ ଉପରକୁ ବୋମାମାଡ କରି ରାସ୍ତାରୁ ଟଙ୍କା ବାକ୍ସ ଲୁଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ ବିଭିନ୍ନ ସ୍ଥାନକୁ ନାକାବନ୍ଦୀ କରି ଛାନଭିନ୍ ଆରମ୍ଭ କରିଛି।

ମତାମତ

Your email address will not be published.