ଫିଲ୍ମ ଷ୍ଟାଇଲରେ ଲୁଟ୍ ! ରାସ୍ତାରେ କଂଟା ପକାଇ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ

27

କନକ ବ୍ୟୁରୋ: କେନ୍ଦୁଝରରେ ଫିଲ୍ମ ଷ୍ଟାଇଲରେ ଲୁଟ୍ ହୋଇଛି । ରାସ୍ତାରେ କଂଟା ଓ ସିମେଂଟ ପିଲର ପକାଇ ଦୁର୍ବୃତମାନେ ଜଣେ ବ୍ୟବସାୟୀଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛନ୍ତି । ଆଜି ଭୋର ୪ଟାରେ ଶୁକୃଳିର ୮ଜଣ ଗୋରୁବେପାରୀ ଆନନ୍ଦପୁର ନିକଟସ୍ଥ ଫକୀରପୁର ହଙ୍କଳର ଯାଉଥିବାବେଳେ ସିଙ୍ଗଡା ନିକଟସ୍ଥ ସାରଙ୍ଗଗଡ ଜଙ୍ଗଲରେ କିଛି ଦୁର୍ବୃତ ରାସ୍ତାରେ କଂଟା ଓ ସିମେଂଟ ପିଲାର ପକାଇ ଗାଡିକୁ ଅଟକାଇ ଥିଲେ ।

ସେମାନେ ବ୍ୟବସାୟୀଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇ ବେପାରୀଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଗାଡିର କାଟ ଭାଙ୍ଗି ବେପାରୀଙ୍କଠାରୁୁ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।