ରାଉରକେଲାରେ ବଡ ଧରଣର ଡକାୟତି : ବନ୍ଧୁକ ମୁନରେ ବ୍ୟାଙ୍କରୁ ୪୪ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

45

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ । ଦିନ ବେଳା ରାଉରକେଲାରେ ବଡ ଧରଣର ଡକାୟତି ହୋଇଛି । ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ବଜାର ବ୍ରାଂଚରୁ ବନ୍ଧୁକ ଦେଖାଇ ୪୪ ଲକ୍ଷ ଲୁଟିନେଇଛନ୍ତି ଦୁର୍ବୃତ । ବ୍ୟାଙ୍କ ଖୋଲୁଖୋଲୁ ୮ ଜଣ ଦୁର୍ବୃତ ଡକାୟତି ବ୍ୟାଙ୍କରେ ପଶି ଲୁଟ କରିଛନ୍ତି । ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ । ସିସିଟିଭି ହାର୍ଡ ଡିସ୍କ ମଧ୍ୟ ଦୁର୍ବୃତ ଭାଙ୍ଗିନେଇଛନ୍ତି । ଘଟଣା ସ୍ଥଳରେ ରାଉରକେଲା ଏସପି ପହଚିଂ ଛାନଭିନ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢ଼େ ୯ଟା ବେଳେ ବ୍ୟାଙ୍କର ପିଅନ ଜଗନ୍ନାଥ, ଡେପୁଟି ମ୍ୟାନେଜର ଜୟନାରାୟଣ ସୋହେଲ, ସିନିୟର ମ୍ୟାନେଜର ବିଜୟ କୁମାର ଆଇନ୍ଦ ଆସି ବ୍ୟାଙ୍କ ଖୋଲି ଭିତରକୁ ପଶିଥିଲେ। ଏହାର କିଛି ସମୟ ପରେ ୩ଜଣ ହେଲମେଟ୍ ପିନ୍ଧିଥିବା ଡକାୟତ ହାତରେ ପିସ୍ତଲ ଧରି ଭିତରେ ପଶିଥିଲେ। ସେମାନେ ଏହି ୩ ଜଣ କର୍ମଚାରୀଙ୍କୁ ମାଡ଼ ମାରି ବ୍ୟାଙ୍କ ଲକର ଚାବି ମାଗିଥିଲେ। ଜୀବନବିକଳରେ ଡେପୁଟି ମ୍ୟାଜେନର ଶ୍ରୀ ସୋହେଲ ଲକର ଚାବି ଦେଇଦେବାରୁ ଡକାୟତମାନେ ଲକର ଖୋଲି ସେଥିରେ ଥିବା ୪୪ ଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ନେଇଥିଲେ।

ଏହି ସମୟରେ ଅନ୍ୟ ଗ୍ରାହକମାନେ ଆସିଯିବାରୁ ବାହାରେ ଅପେକ୍ଷା କରିଥିବା ଅନ୍ୟ ୫ ଜଣ ଡକାୟତ ଭିତରେ ପଶି ସମସ୍ତ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ରେକର୍ଡ ରୁମରେ ପୁରାଇ ବାହାରୁ କବାଟ ବନ୍ଦ କରି ଦେଇଥିଲେ। ପରେ ଡକାୟତମାନେ ବ୍ୟାଙ୍କର ସିସିଟିଭିର ହାର୍ଡ ଡିସ୍କ ନେଇ ପଳାଇ ଯାଇଥିଲେ। କିଛି ସମୟ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।