ବନ୍ଧୁକ ମୁନରେ ଲୁଟ୍ ! ତହସିଲ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି ନେଲେ ଦୁର୍ବୃତ

18

କନକ ବ୍ୟୁରୋ: ବନ୍ଧୁକ ମୁନରେ ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ତହସିଲରେ ଘଟିଛି ଏହି ଘଟଣା । ରବିବାର ରାତିରେ ୫ରୁ ୬ ଜଣ ଦୁର୍ବୃତ ବନ୍ଧୁକ, ଭୁଜାଲି ଦେଖାଇ ତହସିଲର ୩ କର୍ମଚାରୀଙ୍କୁ ପ୍ରବଳ ମାଡ ମାରିଛନ୍ତି ।

ଦୁର୍ବୃତମାନେ ଟ୍ରେଜରୀ ଚାବି ମାଗିଥିଲେ । ହେଲେ କର୍ମଚାରୀଙ୍କ ଠାରୁ ଟ୍ରେଜେରୀ ଚାବି ନପାଇ ଗାମୁଚ୍ଛାରେ ସମସ୍ତଙ୍କ ହାତ ଗୋଡି ବାନ୍ଧି ୪ଟି ମୋବାଇର ଓ ୧୦ହଜାର ଟଙ୍କା ଲୁଟ୍ କରି ଖସିଯାଇଛନ୍ତି । ତହସିଲ କାର୍ଯ୍ୟାଳୟର ଗେଟ ଭାଙ୍ଗି କେତେକ ଦୁର୍ବୃତ ଭିତରେ ପଶିଥିଲେ । ଆଉ କେତେକ କାର୍ଯ୍ୟାଳୟ ପଛପଟେ ନିଶୁଣୀ ପକାଇ ଦ୍ୱିତୀୟ ମହଲାର ସ୍କାଏ ଲାଇଟ ଭାଙ୍ଗି ସେଇବାଟ ଦେଇ ଭିତରେ ପଶିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-