କ୍ରାଇମ୍ କ୍ୟାପିଟାଲ ପାଲଟିଛି ପୁରୀ: ଭକ୍ତଙ୍କୁ ଲୁଟ ପରେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପରିବାର ସହ ଆସିଥିବାବେଳେ ଜଗନ୍ନାଥ ବଲ୍ଲଭ ମଠ ପାର୍କଂରେ ଆକ୍ରମଣ

300

କନକ ବ୍ୟୁରୋ: କ୍ରାଇମ କ୍ୟାପିଟାଲ ପାଲଟିଛି ପୁରୀ । ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଭକ୍ତଙ୍କୁ ଲୁଟ ପରେ ତଂଟି କାଟି ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ପୁରୀରେ । ବାଲେଶ୍ୱର ଅଂଚଳର ପ୍ରମୋଦ ଜେନା ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ ଜଗନ୍ନାଥ ବଲ୍ଲଭ ପାର୍କିଂ ଭିତରେ ତାଙ୍କୁ କିଛି ଦୁର୍ବୃତ୍ତ ଲୁଟ କରିବା ପରେ ତଂଟି କାଟିଦେଇଥିଲେ ।

ତେବେ ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପୁରୀକୁ ସବୁବେଳେ ହଜାର ହଜାର ଲୋକ ଦର୍ଶନ ପାଇଁ ଆସିଥାନ୍ତି । ଏହି ସମୟରେ ଭକ୍ତଙ୍କୁ ଲୁଟ ପରେ ତଂଟି କାଟିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତକାଲି ଗୁଳିକାଣ୍ଡରେ ଜଣେ ଅପରାଧୀ ପ୍ରାଣ ହରାଇଥିଲା । ଆଜି ପୋଲିସ ସକାଳୁ ୩ ଅପରାଧୀକୁ କାବୁ କରିଥିଲା । ଏହି ସମୟରେ ଜଣେ ବ୍ୟକ୍ତ ପରିବାର ସହ ପୁରୀ ଆସିଥିବା ବେଳେ ତାଙ୍କୁ ଲୁଟ କରି ତଂଟି କାଟିଦେବା ସହରର ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ।