ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଦୁର୍ବୃତଙ୍କୁ ଯୁବତୀ ଜଣକ ଚିହ୍ନି ପାରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ

23

କନକ ବ୍ୟୁରୋ: ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଜୀବନ ବିକଳରେ ଚଳନ୍ତାଗାଡିରୁ ଡେଇଁଲେ ଯୁବତୀ । ଏତଲାର ୩ ଦିନ ପରେ ବି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନକୁ ନେଇ ତେଜୁଛି ଅସନ୍ତୋଷ । ସବୁଠାରୁ ବଡ କଥା ହେଲା ଯୁବତୀ ଜଣଙ୍କ ଦୁର୍ବୃତଙ୍କୁ ଚିହ୍ନି ପାରୁଥିଲେ ସୁଦ୍ଧା ପୁଲିସ ସେମାନଙ୍କୁ ଗିରଫ କରୁନାହିଁ କି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଅଂଚଳରେ ।

ସୁଚନା ମୁତାବକ ଧାମନଗର ଅଂଚଳର ଜଣେ ଯୁବତୀ ଭୁବନେଶ୍ୱରରୁ ଗାଁକୁ ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ବାଇକରେ ବସାଇ ନେଇଯାଇଥିଲେ । ପରେ ଘରକୁ ନେବା ବଦଳରେ ରାସ୍ତାରେ ଚଳନ୍ତା ଗାଡି ଉପରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ସେହି ଦୁଇ ଯୁବକ । ତେବେ ଯୁବତୀ ଜଣଙ୍କ ଚଳନ୍ତା ଗାଡିରୁ ଡେଇଁ ଧାମନଗର ଜାତୀୟ ରାଜପଥ କଡରେ ଥିବା ଏକ ପେଟ୍ରୋଲପମ୍ପ ଭିତରକୁ ଜୀବନ ବିକଳରେ ଦୌଡି ପଳାଇଥିଲେ । ସେଠାରେ ଉପସ୍ଥିତ ଥିବା ଭଦ୍ରକ ସ୍ୱୟଂ ଚାଳିତ ସୁରକ୍ଷା ସଂଗଠନର ସମ୍ପାଦକ ଭବେନ୍ଦ୍ର କୁମାର ସାହୁ ଓ ଯୁବତୀଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏହାକୁ ହାଲୁକା ଭାବେ ନେଇଥିବା ଅଭିଯୋଗ ହୋଇଛି ।