ରଥଯାତ୍ରାରେ ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶାର୍ମାକୁ ଅସଦାଚରଣ ଅଭିଯୋଗ : ସୋସିଆଲ ମିଡିଆରେ ରଖିଲେ ମନର ବ୍ୟଥା

91

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମାହିକା ଶର୍ମା । ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ସୋସିଆଲ ମିଡିଆରେ ଖୋଦ୍ ଅଭିନେତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗାମରେ ରେ ପୋଷ୍ଟ କରି ରଥଯାତ୍ରାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଉଲ୍ଲେଖ କରିଛନ୍ତି ।

ମାହିକା ସୋସିଆଲ ମିଡିଆରେ ଲେଖିଛନ୍ତି ଗତ ୧୪ ତାରିଖରେ ରଥଯାତ୍ରା ମହାଆଳତୀରେ ସାମିଲ ହେବାକୁ ପୁରୁଷ ବନ୍ଧୁଙ୍କ ସହ ପୁରୀ ଆସିଥିଲେ । କିଛି ଦୂରରେ ତାଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ସେଠାରୁ ସେ ଚାଲି ଚାଲି ଆସିବା ସମୟରେ ତାଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରିଥିଲେ । ଏପରିକି ଧକ୍କା ମାରିବା ସହ ଅଶ୍ଲୀଳ ଭାଷା ପ୍ରୟୋଗ କରି ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଭଗବାନ ଏହି ଯୁବକଙ୍କୁ କ୍ଷମା କରନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଏ ନେଇ ସେ ପୁରୀରେ କୌଣସି ଅଭିଯୋଗ କରିନାହାଁନ୍ତି ।