ଟଙ୍କା ଠକେଇର ନୂଆ ତରିକା ! ଓଲିଉଡ ଅଭିନେତ୍ରୀ ଅନୁଭାଙ୍କ ନାଁରେ ଫେସବୁକରେ ଫେକ ଆକାଉଂଟ ଖୋଲି ଟଙ୍କା ମାଗୁଥିଲେ ଦୁର୍ବୃତ, ଟଙ୍କା ପଠାଇବା ପୂର୍ବରୁ ଆକାଉଣ୍ଟ ହୋଇଗଲା ବ୍ଲକ

25

କନକ ବ୍ୟୁରୋ : ଫେସବୁକରେ ଜଣେ ଅଭିନେତ୍ରୀଙ୍କ ନାଁରେ ମିଛ ଆକାଉଂଟ୍ ଖୋଲି ଟଙ୍କା ହଡପ କରିବାକୁ ଉଦ୍ୟମ । ଅଭିନେତ୍ରୀ ଅନୁଭାଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି । ଜଣେ ବ୍ୟକ୍ତି ଅନୁଭାଙ୍କ ନାଁରେ ଫେକ୍ ଆଇଡି ଖୋଲି ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଥିଲେ । ଏକ ନିର୍ଦ୍ଦିଷ୍ଟ ଆକାଉଂଟ୍ ନମ୍ବର ଦେଇ ସେହି ଆକାଉଂଟରେ ଟଙ୍କା ପଠାଇବାକୁ ଅନୁରୋଧ କରିଥିଲେ । ଦେଖନ୍ତୁ ଏହି ରିପୋର୍ଟ ।

ଓଲିଉଡ୍ ଅଭିନେତ୍ରୀ ଅନୁଭାଙ୍କ ଫେସବୁକ ଚାଟିଂଗର ସ୍କ୍ରିନସଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଚାଟିଂଗରେ ଲେଖାଯାଇଛିି – ସେ ବେଙ୍ଗାଲୁରୁରେ ଅଛନ୍ତି, ଅସୁବିଧାରେ ଥିବାରୁ ସେ ଘରେ ଜଣାଇ ପାରୁ ନାହାଁନ୍ତି ଏବଂ ତାଙ୍କର ନିହାତି କିଛି ଟଙ୍କାର ଆବଶ୍ୟକତା ରହିଛି । ଏପରିକି ଟଙ୍କା ପାଇଁ ସେ ବାରମ୍ବାର ନିଜର ଆକାଉଁଟ ନମ୍ବର ବି ଦେଇଛନ୍ତି । କିନ୍ତୁ ଏହି ଆକାଉଣ୍ଟକୁ ନେଇ ଏବେ ଜୋର ଚର୍ଚ୍ଚା । କାରଣ ଯଦି କେହିବି ଅନୁଭାଙ୍କୁ ସାହାଯ୍ୟ କରିବାକୁ ଯାଇ ତାଙ୍କ ଆକାଉଁଟରେ ଟଙ୍କା ପଠାଇ ଥାନ୍ତେ ତେବେ ସେହି ଟଙ୍କା ଅନୁଭାଙ୍କ ପାଖକୁ ଯାଇ ନଥାନ୍ତା ବରଂ ଜଣେ ଠକର ଆକାଉଁଟରେ କ୍ରେଡିଟ୍ ହୋଇଯାଇଥାନ୍ତା । କାରଣ ଏହା ଥିଲା ଅନୁଭାଙ୍କ ଫେକ୍ ଆଇଡି ।

ପରେ ଜଣା ପଡିଲା ଫେସବୁକରେ ଟଙ୍କା ମାଗୁଥିବା ବ୍ୟକ୍ତି ଅନୁଭା ନୁହଁନ୍ତି । ଅନୁଭାଙ୍କର କେହି ବ୍ୟକ୍ତି ଫେସବୁକରେ ଫେକ୍ ଆଇଡି ତିଆରି କରି, ଏଭଳି ଟଙ୍କା ଠକିବାର ଉଦ୍ୟମ କରିଛି । ଜଣେ ଶୁଭେଛୁ ଅନୁଭାଙ୍କୁ ସହାୟତା କରିବାକୁ ଇଛା କରି ସମ୍ପର୍କ କରିବାରୁ ସତ ପଦାକୁ ଆସିଛି । ତେବେ କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଅନୁଭାଙ୍କର ଏଭଳି ଫେକ୍ ଆଡି ଖୋଲି ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିଲା ତାହା ସ୍ପଷ୍ଟ ହୋଇନି । ସେପଟେ ଏହି ସ୍କ୍ରିନସଟ୍ ଭାଇରାଲ ହେବା ପରେ, ଫେକ୍ ଆଇଡି ବ୍ଲକ୍ ହୋଇଯାଇଛି ।