ଡେଲାଙ୍ଗରେ ଚାଂଚଲ୍ୟ ! ଘରେ ପଶି ମହିଳାଙ୍କୁ ହତ୍ୟା ପରେ ସୁନା ଗହଣା ଓ ଟଙ୍କା ଲୁଟିନେଇ ଗଲେ ଡକାୟତ

31

କନକ ବ୍ୟୁରୋ: ଡେଲାଙ୍ଗ ଅଂଚଳରେ ଚାଂଚଲ୍ୟ । ଘରେ କେହି ପୁରୁଷ ନଥିବା ବେଳେ ଡକାୟତ ପଶି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଲୁଟିଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ଗତକାଲି ରାତି ୧୨ଟା ସମୟରେ ୪ରୁ ୫ ଜଣ ଡକାୟତ ଡେଲାଙ୍ଗ ବ୍ଲକ ଚନ୍ଦକୋଟ ଗାଁରେ ପୁଷ୍ପଲତା ଦାସଙ୍କ ଘରେ ପଶିଥିଲେ ।

ଘରେ କେହି ନଥିବାର ସୁଯୋଗ ଦେଖି ପୁଷ୍ପଲତାଙ୍କୁ ଉଂଲଗ୍ନ କରି ମୁହଁରେ ସେଲୋଟେପ ବାନ୍ଧି ଗାଧୁଆ ଘରେ ଫୋପାଡି ସୁନାଗହଣା ଲୁଟ କରିଥିଲେ । ପୁଅ ଲକ୍ଷ୍ମୀଧର ଘରେ ପହଚିଂବା ପରେ ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଂଗେ ସଂଗେ ପୁଲିସକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ ପୁଷ୍ପଲତାଙ୍କୁ ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡେଲାଙ୍ଗ ପୁଲିସ ଓ ସତ୍ୟବାଦୀ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।