ଟଙ୍କା ଲୋଭରେ ସାଙ୍ଗର ମାଆକୁ ହତ୍ୟା କରିଦେଲେ ସାଙ୍ଗ । ସନ୍ଦେହ ନକରିବାକୁ ଫିଲ୍ମ ଷ୍ଟାଇଲରେ କରୁଥିଲେ ଅଭିନୟ

ଏଫଆଇଆର ଦେବାବେଳେ ବି ରହିଥିଲେ ଉପସ୍ଥିତ

434

କନକ ବ୍ୟୁରୋ: ଖୋଲିଲା ଗୁମର । ପୁରୀ ଜିଲ୍ଲା ଡେଲାଙ୍ଗ ଚନ୍ଦ୍ରକୋଟ ଗାଁରେ ୧୧ ମାସ ତଳେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଟଙ୍କା ଲୋଭରେ  ସାଙ୍ଗର ମାଆଙ୍କୁ ହତ୍ୟା କରିଥିଲେ ୪ ସାଙ୍ଗ ।  ଆଉ ଚତୁରତାର ସହ  ହତ୍ୟାକାଣ୍ଡକୁ କିଭଳି ସାଙ୍ଗ  ସନ୍ଦେହ ନ କରିବ ସେଥିପାଇଁ କରିଆସୁଥିଲେ ଫିଲ୍ମ ଭଳି ଅଭିନୟ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ହତ୍ୟା ପରେ ପୁରୀ ସ୍ୱର୍ଗଦ୍ୱାର ଯାଇ ଅନ୍ତିମ ସଂସ୍କାର କରିଥିଲେ  ଓ ସହାନୂଭୂତି ପାଇଁ ସାଙ୍ଗ ସହ ରହିଥିଲେ ୧୫ ଦିନ । ଅଭିଯୁକ୍ତକୁ ଧରିବା ପାଇଁ ସାଙ୍ଗ ସହିତ ପୋଲିସ ପାଖକୁ ଯାଇଥିଲେ । ହେଲେ ପୋଲିସ ପାଖରେ ଲୁଚିପାରିନଥିଲା ସେମାନଙ୍କ ପାପ । ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ପୋଲିସ  ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

ଏହି ଘଟଣା ଘଟିଛି  ଡେଲାଙ୍ଗ ଚନ୍ଦ୍ରକୋଟ ଗାଁରେ । କିଛି ମାସ ତଳେ ଘରେ କେହି ପୁରୁଷ ନଥିବା ବେଳେ ଦୁର୍ବୃମାନେ ପଶି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଲୁଟିନେଇଥିଲେ  ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ଏମାନେ ଥିଲେ ପୁଷ୍ପଲତାଙ୍କ ପୁଅ ଲକ୍ଷୀଧରଙ୍କ ବନ୍ଧୁ । ଗତବର୍ଷ ଡିସେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା ।  ଗତକାଲି ରାତି ୧୨ଟା ସମୟରେ ୪ରୁ ୫ ଜଣ ଡକାୟତ ଡେଲାଙ୍ଗ ବ୍ଲକ ଚନ୍ଦକୋଟ ଗାଁରେ ପୁଷ୍ପଲତା ଦାସଙ୍କ ଘରେ ପଶିଥିଲେ ।

ପୁଷ୍ପଲତାଙ୍କୁ ଉଂଲଗ୍ନ କରି ମୁହଁରେ ସେଲୋଟେପ ବାନ୍ଧି ଗାଧୁଆ ଘରେ ଫୋପାଡି ସୁନାଗହଣା ଲୁଟ କରିଥିଲେ । ପୁଅ ଲକ୍ଷ୍ମୀଧର ଘରେ ପହଚିଂବା ପରେ ଏଭଳି ଅବସ୍ଥା ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । ସଂଗେ ସଂଗେ ପୁଲିସକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ ପୁଷ୍ପଲତାଙ୍କୁ ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।