୨୧ ମିନିଟ୍, ୧୨ ମିରାଜ୍ ! ୧୦୦୦ କିଲୋ ବମ୍, ୩୦୦ ଆତଙ୍କବାଦୀ ନିହତ

666

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଠାରୁ ପ୍ରତିଶୋଧ ନେବା ପାଇଁ ଦାବି କରୁଥିବା ଭାରତୀୟଙ୍କୁ ଦେଶର ବାୟୁସେନା ବଡ଼ ଉପହାର ଦେଇଛି । ଭାରତୀୟ ବାୟୁସେନା ଆଜି ପାକିସ୍ତାନ ଭିତରେ ଥିବା ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜୈଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି । ଭାରତୀୟ ବାୟୁସେନା ଆକ୍ରମଣରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଏହାକୁ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍ କୁହାଯାଉଛି ।

ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡ୍ରେ ହମଲା କରିଥିଲେ ଭାରତୀୟ ସେନା । ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟ୍ରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବମୋ ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ । ମିଳିଥିବା ସୂଚନା ଅନୁସାରେ, ଏହି ୩ଟି ଲଂଚ ପ୍ୟାଡ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିଲା । ଏଠାରେ ଜେଶ ଏ ମହମ୍ମଦ, ଲସ୍କରତୈବା ଓ  ମୁଜାହୁଦିନ୍ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଛି ।  ଏହାପୂର୍ବରୁ ୨୦୧୬ରେ ଉରି ଆକ୍ରମଣ ପରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା । 

୨୧ ମିନିଟର ଅପରେସନ୍ . . .

ଭାରତୀୟ ବାୟୁସେନା ଏହି ଅପରେସନ୍ କେବଳ ୨୧ ମିନିଟର ଥିଲା । ୨୧ ମନିଟରେ ଭାରତୀୟ ୧୨ ମିରାଜ ଯୁଦ୍ଧ ବିମାନ ପାକିସ୍ତାର ଭିନ୍ନ ଭିନ୍ନ ଅଂଚଳରେ ଆକ୍ରମଣ କରିଥିଲା । ଏଥିରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସମ୍ଭାବନା ରହିଥିବା କୁାହାଯାଉଛି । ସୂତ୍ର ଅନୁସାରେ ଭାରତୀୟ ବାୟୁସେନା ବାଲାକୋଟ ଓ ମୁଜଫରାବାଦ ସେକ୍ଟରରେ ଏହି ଆକ୍ରମଣ କରିଛି । ଆତଙ୍କବାଦୀ ଶିବିର ଧ୍ୱଂସ କରିବା ପାଇଁ ଭାରତୀୟ ବାୟୁସେନା ୧୦୦୦ କିଲୋର ବମ୍ ବ୍ୟବହାର କରାଯାଇଛି ବୋଲି ସୂଚନା ମିଳିଛି । 

ଏହି ଆକ୍ରମଣ ପରେ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ସୂଚନା ଅନୁସାରେ ବିଏସଏଫକୁ ଭାରତ ଓ ପାକିସ୍ତାର ସୀମାରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ବିଏସଏଫ ଯବାନ ମୁତୟନ ଅଛନ୍ତି ।