ରଖେ ହରି ତ ମାରେ କିଏ ! ମନ୍ଦିର ଆଗରେ ପ୍ରାର୍ଥନା ବେଳେ ମହିଳାଙ୍କ ଉପରେ ଚଢିଗଲା ଗାଡି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ 

204

କଥାରେ ଅଛି ରଖେ ହରି ତ ମାରେ କିଏ  । ସେପରି କିଛି ଦେଖିବାକୁ ମିଳିଛି ଗୁଜରାଟ ସୁରଟର ଉଧନ ଅଂଚଳରେ । ଆପଣଙ୍କ ଟିଭି ସ୍କ୍ରିନରେ ଏ ଯେଉଁ ଚିତ୍ରଟି ଦେଖୁଛନ୍ତି. ତାହା ହେଉଛି ଗତକାଲି ସକାଳର ଦୃଶ୍ୟ । ୫୫ ବର୍ଷୀୟା ମହିଳା ଜଣକ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ମନ୍ଦିରକୁ ଦେଖି ନମସ୍କାର ହେଉଛନ୍ତି । ଆଉ ସେ ସମୟରେ ସେ ମଝି ରାସ୍ତାରେ ଛିଡା ହୋଇଛନ୍ତି ବୋଲି ମହିଳା ଜଣକ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଆଉ ଏତିକି ବେଳେ ହଠାତ୍ ଏକ ଗାଡି ପଛ ପଟୁ ଦ୍ରୁତ ଗତିରେ ମାଡି ଆସି ତାଙ୍କ ଉପରେ ଚଢି ଯାଇଥିଲା ।

ସେଠାରେ ଉପସ୍ଥିତ ଯେକୌଣସି ଲୋକ କିଛି ଭାବିବା ଆଗରୁ ଦୁର୍ଘଟଣାଟି ଘଟିସାରିଥିଲା । ହେଲେ ସୌଭଗ୍ୟବଶତଃ  ବିଷୟ ମହିଳା ଜଣକଙ୍କର ବିଶେଷ କ୍ଷତି ହୋଇନି ।  ଏହାକୁ ଆପଣ ଚମତ୍କାର କୁହନ୍ତୁ ବା ଅନ୍ୟ କିଛି ଗାଡି ତଳୁ ସେ ଅକ୍ଷତ ଅବସ୍ଥାରେ ଫେରିଥିଲେ । ଗାଡି ତଳେ ଚାପି ହେବା ଦ୍ୱାରା ମହିଳାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।