ଅଚାନକ ମାଡି ଆସିଲା ଲୌହ ଦାନବ, ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରାକରେ ଶୋଇପଡିଲେ ୪୫ ବର୍ଷିୟ ବ୍ୟକ୍ତି  । ଆଉ ତାପରେ…ଦେଖନ୍ତୁ ଭିଡିଓ

253

କନକ ବ୍ୟୁରୋ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । କଥାରେ ଅଛି ଯାହାକୁ ଭଗବାନ ଶାହା ସେ ମରଣମୁହଁରୁ ମଧ୍ୟ ଫେରିଆସେ । ଆଉ ଏହା ସତ ପ୍ରମାଣିତ ହୋଇଛି । ଘଟଣାଟି ଘଟିଛି ହାଇଦ୍ରାବାଦରେ । ହାଇଦ୍ରାବାଦ ଅନନ୍ତପୁରା ରେଳ ଷ୍ଟେସନରେ ଘଟିଛି ଏହି ଘଟଣା । ମୃତ୍ୟୁକୁ ଅତି ନିକଟରୁ ମାତ୍ ଦେଇଛନ୍ତି ୪୫ ବର୍ଷୀୟ ଯୁବକ । ଯାହାର ଭିଡିଓ ଦେଖିଲେ ଆପଣ ହତବାକ ହୋଇଯିବେ ।

ଫୁଟ ଓଭରବ୍ରିଜ ବଦଳରେ ସଂପୃକ୍ତ ଯୁବକ ଜଣକ ଟ୍ରାକ ଦେଇ ପ୍ଲାଟଫର୍ମ ପାରି ହେଉଥିଲେ ।ଆଉ ସେହି ସମୟରେ ଅଚାନକ ମାଡିଆସିଥିଲା ମାଲବାହୀ ଟ୍ରେନ । କିଛି ଉପାୟ ନପାଇ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ଯୁବକ ଜଣକ ଟ୍ରାକ ଉପରେ ଶୋଇପଡିଥିଲେ । ରେଳ ଟ୍ରାକ ମଝିରେ ସାବଧାନ ପୋଜିସନରେ ଯୁବକ ଆଉ ତାଙ୍କ ଉପରେ କ୍ଷିପ୍ର ଗତିରେ ମାଡିଚାଲିଥିଲା ମାଲବାହୀ ଟ୍ରେନ । ଆଉ ଟ୍ରେନଟି ଅତିକ୍ରମ କରିବା ପରେ ଟ୍ରାକ ଉପରେ ଥରି ଥରି ଛିଡା ହୋଇଥିଲେ ଉକ୍ତ ବ୍ୟକ୍ତି ।


ତେବେ ଏଭଳି ବିପଦପୂର୍ଣ୍ଣ ଭାବେ ରେଳଟ୍ରାକ ପାରି ହେଉଥିବାରୁ ସାଧାରଣ ଲୋକ ମାନେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଦେଇଥିଲେ । ପରେ ସେ କଷ୍ଟେମଷ୍ଟେ ପ୍ଲାଟଫର୍ମ ଉପରକୁ ଚଢିବାରେ ସକ୍ଷମ ହୋଇଥିଲେ । ଆଉ ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।