ମହକାଶ ଏବେ ବି ମନୁଷ୍ୟଙ୍କ ପାଇଁ ଏକ ପହଳି ଭଳି ରହିଛି । ଯଦିଓ ମଣିଷ ମହାକାଶରେ ପହଂଚି ସାରିଛି ତଥାପି ଏଥିରେ ଆହୁରି ନୂଆ ନୂଆ କଥା ଓ ତଥ୍ୟ ଖୋଜି ବାହାର କରିବା ବାକି ଅଛି । ନାସା ନିୟମିତ ଭାବେ ମହାକାଶର ନୂଆ ନୂଆ ଚିତ୍ର ଓ ଭିଡିଓ ସଂଗ୍ରହ କରୁଛି । କିନ୍ତୁ ଏଥର ପ୍ରଥମ ଥର ପାଇଁ ମହାକାଶରେ ଶୁଣା ଯାଉଥିବା କିଛି ଶବ୍ଦର ୨୨ଟି ଧ୍ୱନିକୁ ସଂଗ୍ରହ କରିଛି ।

ଏ ଶବ୍ଦଗୁଡିକ ଭୂତ ଫିଲ୍ମରେ ଶୁଣାଯାଉଥିବା ପୃଷ୍ଟପଟ ଧ୍ୱନି ଭଳି ଶୁଣାଯାଉଛି । ଖାଲି ସେତିକି ନୁହେଁ କିଛି ଶବ୍ଦ ମହାକାଶରେ କିଏ ପଥର କିମ୍ବା କୌଣସି ଧାତୁ ଫୋପାଡିଲା ଭଳି ଶୁଭାଯାଉଛି । କିଛି ଶବ୍ଦ କେହି ଜଣେ ଆଉ ଜଣେ ମଣିଷର ବେକ ଉପରେ ଠିଆ ହୋଇ ଜୋର ଜୋରରେ ନିଶ୍ୱାସ ନେବା ଭଳି ଶୁଣାଯାଉଛି । ପୁଣି ଅନ୍ୟ ଗ୍ରହରୁ କିଏ ଜୋରରେ ପାଟି କରିବା ଭଳି ଶୁଭୁଛି । ଏ ଶବ୍ଦ ଗୁଡିକ ଶନି ଓ ବୃହସ୍ପତି ଗ୍ରହରୁ ଆସୁଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ଏହା ସହ ଉଲକା ପିଣ୍ଡ ଓ ଉପଗ୍ରହଗୁଡିକରୁ ମଧ୍ୟ ଏଭଳି ଶୁଣିବାକୁ ମିଳୁଛି ବୋଲି ସେମାନେ କହିଛନ୍ତି । ଏଲେନ୍ ପ୍ରୋବସେଜ୍ ଇଏମ୍ଏଫ୍ଆଇଏସଆଇଏସ୍ ଦ୍ୱାରା ଏଭଳି ଶବ୍ଦ ଶୁଣାଯାଉଛି । ମହାକାଶ ଯାନରେ ଏଭଳି କିଛି ଯନ୍ତ୍ର ଖଞ୍ଜା ଯାଇଛି ଯାହା ରେଡିଓ ଏମିସନକୁ ଜବତ କରିପାରିବ । ଏହାକୁ ବୈଜ୍ଞାନିକମାନେ ଧ୍ୱନିକୁ ବଦଳାଇଛନ୍ତି । ଯାହା ଏବେ ଶୁଣିବାକୁ ମିଳୁଛି । ଏହା ଉପରେ ଅଧିକ ଗବେଷଣା ଆରମ୍ଭ ହୋଇସାରିଛି ।