ସଂଘର୍ଷ ଆଣିଦେଲା ସଫଳତା : ମୀରାବାଈ ଚାନୁ ଭାର ଉତ୍ତୋଳନରେ ଜିତିଲେ ସ୍ୱର୍ଣ୍ଣପଦକ ! ଟ୍ରେନରେ ୬୦ କି.ମି ଦୂର ଯାଇ ନେଉଥିଲେ ଟ୍ରେନିଂ

54

ମୀରାବାଈ ଚାନୁ ଭାର ଉତ୍ତୋଳନ ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ବିଗତ ଦୁଇ ଦଶନ୍ଧିରେ ସବୁଠାରୁ ବହୁ ସମୟ ପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଚାନୁ ଏନାହିମ(ଆମେରିକା)ରେ ଏହି କାରନାମା କରି ଅଲମ୍ପିକର ଖରାପ ପ୍ରଦର୍ଶନ ଟ୍ୟାଗକୁ ଲିଭାଇବାରେ ସକ୍ଷମ ହୋଇପାରିଛନ୍ତି ।

ଭାରତୀୟ ରେଲୱେରେ କାର୍ଯ୍ୟରତ ଥିବା ଏହି ମହିଳା ସ୍ନେଚରେ ୮୫କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୦୯କିଲୋ ଓଜନ ଭାର ଉଠାଇଥିଲେ । ସେ ୪୮କିଲୋ ବର୍ଗରେ ହାରାହାରି ୧୯୪କିଲୋ ଓଜନ ଭାର ଉଠାଇ ନୂଆ ରେକର୍ଡ ବନାଇପାରିଛନ୍ତି । ପେଡିୟମ ଉପରେ ଛିଡା ହୋଇ ତ୍ରିରଙ୍ଗା ପତାକାକୁ ଦେଖି ମୀରାବାଈ ଚାନୁଙ୍କ ଆଖିରେ ଲୁହ ଆସିଯାଇଥିଲା । ତାଙ୍କ ପୂର୍ବରୁ ଅଲମ୍ପିକ କାଂସ୍ୟ ପଦକ ବିଜେତା କର୍ଣ୍ଣମ୍ ମାଲେଶ୍ୱରୀ ୧୯୯୪ ଏବଂ ୧୯୯୫ରେ ବିଶ୍ୱ ଚାମ୍ପିୟନସିପରେ ହଳଦିଆ ରଂଗର ପଦକ ଜିତିଥିଲେ ।

ଉଲ୍ଲେଖନୀୟ ଯେ, ଚାନୁଙ୍କ ଜନ୍ମ ମଣିପୁରରେ ୮ଅଗଷ୍ଟ ୧୯୯୪ମସିହାରେ ହୋଇଥିଲା । ବର୍ତ୍ତମାନ ସେ ୨୩ବର୍ଷର ଅଟନ୍ତି । ସେ ୨୦୦୭ମସିହାରେ ୱେଟ ଲିଫ୍ଟିଙ୍ଗ ଆରମ୍ଭ କରିଥିଲେ । ତାଙ୍କର କୋଚ ବିଜୟ ଶର୍ମା ଅଟନ୍ତି । ଖବର ମୁତାବକ, ମୀରାବାଈ ଚାନୁଙ୍କ ପିଲାଦିନରୁ ତାଙ୍କ ଗାଁରେ ୱେଟ ଲିଫ୍ଟିଙ୍ଗ କାର୍ଯ୍ୟାଳୟ ନଥିଲା । ଏଥିପାଇଁ ତାଙ୍କୁ ଟ୍ରେନରେ ୬୦କିମି ଦୂରକୁ ଟ୍ରେନିଂ ଲାଗି ଯିବାକୁ ପଡୁଥିଲା ।