କୁନି ଚୋରଙ୍କ କଏନ ଚୋରି : ନବରଙ୍ଗପୁରରେ ୫୪ ହଜାର କଏନ ସହ ନାବାଳକ ଗିରଫ

22

ନବରଙ୍ଗପୁର : କୁନି ଚୋରଙ୍କ କଏନ ଚୋରୀ । ହାର୍ଡୱେର ଦୋକାନରୁ କଏନ ଚୋରୀ କରି ଧରିପଡିଛି ନାବାଳକ । ଦୋକାନର ଭେଂଟିଲେଟର ଦେଇ ପିଲାଟି ଦୋକାନ ଭିତରକୁ ପଶିଥିଲା । ଏହାପରେ କାଉଂଟର ନିକଟରେ ଥିବା ୨ଟି ବ୍ୟାଗ୍ ଧରି ପଳାଇଯାଇଥିଲା । ଗୋଟିଏ ବ୍ୟାଗରେ ଟଙ୍କିକିଆ କଏନ ଥିବା ବେଳେ ଅନ୍ୟଟିରେ ୨ ଟଙ୍କିଆ କଏନ ଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ । ତେବେ କୁନି ଚୋରର ସମସ୍ତ କାରନାମାକୁ କଏଦ କରିଥିଲା ଦୋକାନରେ ଲାଗିଥିବା ସିସିଟିଭି । ଯାହାକୁ ଆଧାର କରି ନାବାଳକ ଚୋରକୁ ଧରିଛି ପୁଲିସ । ତେବେ ତାଠାରୁ ୫ ହଜାର ୪ଶହ ଟଙ୍କାର କଏନ ଜବତ କରିଛି । ତେବେ ଚୋରଟି ନାବାଳକ ଥିବାରୁ ଜୁଭେନାଲ ଆକ୍ଟ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉମରକୋଟ ଆଇ.ଆଇ.ସି ବୀରେନ୍ଦ୍ର ସେନାପତି ।