ଭଞ୍ଜନଗରରେ ଅଭାବାନୀୟ ଘଟଣା ! କାଜୁ ଜଙ୍ଗଲରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

22

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଭଂଜନଗରରେ ଅଭାବନୀୟ ଘଟଣା । ଜଗନ୍ନାଥ ପ୍ରସାଦ ଥାନା ଅଂଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଦୁଷ୍କର୍ମ ଘଟଣାକୁ ଦୁର୍ବୃତ୍ତମାନେ ମୋବାଇଲରେ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ୨ ଜଣ ଯୁବକକାକୁ କାବୁ କରି ନିର୍ଧୁମ ମାଡ ମାରିଛନ୍ତି ।

ତେବେ ଘଟଣାସ୍ଥଳରୁ କୌଶଳକ୍ରମେ ଜଣେ ଦୁର୍ବୃତ ଖସିଯାଇଥିବା ଜଣାପଡିଛି । ପରେ ଗାଁ ଲୋକେ ଅଟକ ୨ ଯୁବକକୁ ଜଗନ୍ନାଥ ପୋଲିସ ଜିମାରେ ଦେଇଥିଲେ । ପୋଲିସ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟଳରଖି ପଚରା ଉଚରା କରୁଛି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଆସନ୍ତାକାଲି ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ଟିଆଇ ପରେଡ ହେବ ।