କଟକ କଂଟାପଡାରେ ସାଇଁସୋ ଦାସସାହିରେ ଅଘଟଣ ! ବାଣ ବିସ୍ଫୋରଣରେ ଜଣେ ମୃତ, ୩ ଆହତ

33

କନକ ବ୍ୟୁରୋ : କଟକ ଜିଲ୍ଲା କଂଟାପଡାରେ ଅଘଟଣ । ସଦର ଥାନା ଅଧିନ ସାଇଁସୋ ଦାସସାହିରେ ବାଣ ବିସ୍ଫୋରଣ । ଜମ ବ୍ୟକ୍ତି ବେଆଇନ ଭାବେ ତାଙ୍କ ଘରେ ରଖିଥିବା ବିସ୍ଫୋରଣ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ବଡମେଡିକାଲରେ ଭର୍ତି କରାଯାଇଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବେଆଇନ ଭାବେ ନିଜ ଘରେ ବାଣ ତିଆରି କରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାସହ ପୂର୍ବରୁ ଅନେକ ଥର ଏଭଳି ବିସ୍ଫୋରଣ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –