ବୌଦ୍ଧରେ ପୁଣି ଲଜ୍ଜା ! ବାପୁଜୀନଗର ଅଂଚଳରେ ହାତ ଗୋଡ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଅଟକ

26

କନକ ବ୍ୟୁରୋ: ବୌଦ୍ଧରେ ପୁଣି ଲଜ୍ଜା । ବାପୁଜୀନଗର ଅଂଚଳରେ ହାତ ଗୋଡ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗତକାଲି ବଜାରରୁ ଯାଇଥିବା ବେଳେ ନାବାଳିକାକୁ ଉଠାଇ ନେଇ ହାତଗୋଡ ବାନ୍ଧି ନାବାଳିକାକୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ବୌଦ୍ଧ ଥାନାରେ ଏନେଇ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ସହରର ବାପୁଜୀନଗରରେ ଚାଲିଥିବାଏକ ଗୃହ ନିର୍ମାଣ କାର୍ଯ୍ୟରେ ଜଣେ ନାବାଳିକା ଶ୍ରମିକଭାବେ କାର୍ଯ୍ୟ କରନ୍ତି। ସେଠାରେ ବାପୁଜୀନଗର ଅଞ୍ଚଳର ଟୁକୁ କୁମ୍ଭାର ଓ ବାହାର ଅଞ୍ଚଳର ପିଣ୍ଣୁ ବଢ଼ିଆ ମଧ୍ୟ ନିର୍ମାଣ ଶ୍ରମିକଭାବେ କାର୍ଯ୍ୟ କରନ୍ତି।

ଗତକାଲି ପିଣ୍ଟୁ ଓ ଟୁକୁ ସମ୍ପୃକ୍ତ ନାବାଳିକାଙ୍କ ପାଟିରେ କପଡ଼ା ବାନ୍ଧି କେଟିନେବା ସହିତ ପିଣ୍ଟୁ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ସେମାନେ ସେଠାରୁ ପଳାଇ ଯିବା ପରେ ନାବାଳିକାଜଣକ ବହୁକଷ୍ଟରେ ସେ ସ୍ଥାନରୁ ବାହାରିଥିଲେ। ପରେ ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ନାବାଳିକାଙ୍କ ବାପା ସେଠାର ପହଞ୍ଚି ତାଙ୍କୁ ଧରି ଥାନାକୁ ଯାଇଥିଲେ। ଥାନାରେ ଅଭିଯୋଗ ହେବା ମାତ୍ରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପୁଲିସର ପଚରାଉଚରା କରୁଛି ।