ଅନୁଗୁଳ : ମୋବାଇଲ ଦେଖିବାକୁ ମା’ ବାରଣ କରିବାରୁ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

44

କନକ ବ୍ୟୁରୋ : ମୋବାଇଲ ଦେଖିବାକୁ ମା’ ବାରଣ କରିବାରୁ ନାବାଳିକାର ଆତ୍ମହତ୍ୟା ଅଭିଯୋଗ । ଅନୁଗୁଳ ଥାନା ତାମ୍ରୁତି କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଝିଅ ମୋବାଇଲ ଦେଖୁଥିବାବେଳେ ଏଥିପାଇଁ ମା’ ବାରଣ କରିଥିଲେ । ଏହାକୁ ନେଇ ମା’ ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସମସ୍ତେ ଶୋଇଯିବା ପରେ ଝିଅଟି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।