ମୁଁ ବାହା ହେବିନି ପାଠ ପଢ଼ିବି ! ହସ୍ପିଟାଲ ବେଡ଼ରେ କାନ୍ଦି କାନ୍ଦି ନିଜ ଦୁଃଖ କାହାଣୀ କହିଲେ ସପ୍ତମ ଶ୍ରେଣୀ ଛାତ୍ରୀ

42

କନକ ବ୍ୟୁରୋ : ମୁଁ ବାହା ହେବିନି ପାଠ ପଢ଼ିବି । କିନ୍ତୁ ମୋର ପରିବାର ଲୋକ ମୋତେ ବିବାହ କରିବାକୁ ବାଧ୍ୟ କରୁଛନ୍ତି । ଯଦି ମୋତେ ଜବରଦସ୍ତ ବିବାହ କରିବାକୁ କହିବ ତେବେ ମୁଁ ଆତ୍ମହତ୍ୟା କରିବି । ହସ୍ପିଟାଲ ବେଡ଼ରୁ କାନ୍ଦି କାନ୍ଦି ଏଭଳି କହୁଥିଲେ ଜଣେ ନାବାଳିକା । ନିଶ୍ଚିନ୍ତକୋଇଲିରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା ।

ବିବାହକୁ ବିରୋଧ କରି ଘର ଛାଡିଲେ ନାବାଳିକା । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଇଚ୍ଛା ବିରୋଧରେ ଜୋରଜବରଦସ୍ତ ବିବାହ କରାଇବାକୁ ଚାହୁଁଥିଲେ ପରିବାର ଲୋକ । ଏପରିକି ମନା କରିବାରୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ହେଲେ ପାଠପଢିବାକୁ ଚାହୁଁଥିବା ନାବାଳିକା ଏହାକୁ ବିରୋଧ କରି ଘର ଛାଡି ଚାଲିଆସିଥିଲେ । ତେବେ ଅନ୍ୟ କିଛି ଉପାୟ ନପାଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପଂଚାୟତ ଅଫିସ ନିକଟରୁ ଉଦ୍ଧାର କରିଛନ୍ତି ଗାଁ ଲୋକ । ପରେ ତାଙ୍କୁ ନିଶ୍ଚିତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ନାବାଳିକା ଜଣକ ଆଉ ଘରକୁ ଫେରିବାକୁ ଚାହୁଁନାହାନ୍ତି । ବଡ଼ ବାପା, ମାଙ୍କ ପାଖରେ ରହିବାକୁ କହିଛନ୍ତି ଉକ୍ତ ନାବାଳିକା ଜଣକ ।