ସୋରରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

63

ବାଲେଶ୍ୱର : ନାବାଳିକାକୁ ଗଣ ଦୁଷ୍କର୍ମ । ବାଲେଶ୍ୱର ସୋର ଥାନା ତଳନଗର ଗାଁରେ ଜଣେ ୧୧ ବର୍ଷର ନାବାଳିକାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମୁମୁର୍ଷୁ ଅବସ୍ଥାରେ ସୋର ଡାକ୍ତରଖାନେର ନାବାଳିକାର ଚିକିତ୍ସା ଚାଲିଛି । ଗତକାଲି ଅପରାହ୍ନରେ ସାଙ୍ଗମାନଙ୍କ ସହ ଖେଲୁଥିବାବେଳେ ଦୁଇଜଣ ଅଚିହ୍ନା ଯୁବକ ତାଙ୍କୁ ଘର ଚିହ୍ନାଇ ଦେବାକୁ କହି ଟେକି ନେଇଥିଲେ । ପରେ ଦୁଷ୍କର୍ମ କରି ଛାଡି ଚାଲିଯାଇଥିଲେ । ସଂଧ୍ୟା ସୁଦ୍ଧା ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଗୁରୁତର ଅବସ୍ଥାରେ ଗାଁ ପାଖ ଜାତୀୟ ରାଜପଥ ଓଭରବ୍ରିଜ ନିକଟରୁ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ପୀଡିତାଙ୍କ ମା ଥାନାରେ ଗଣଧର୍ଷଣ ନେଇ ଅଭିଯୋଗ କରିବା ପରେ ପୁଲିସ ଛାନଭିନ ଆରମ୍ଭ କରିଛି ।