୧୫ ବର୍ଷର କନିଆକୁ ୪୦ ବର୍ଷର ବର ! ଅଭାବୀର ଫାଇଦା ଉଠାଇ ହୋଇଛି ବାଲ୍ୟ ବିବାହ

48

କନକ ବ୍ୟୁରୋ : ୧୫ ବର୍ଷର କନିଆକୁ ୪୦ ବର୍ଷର ବର । ଅଭାବୀର ଫାଇଦା ଉଠାଇ ହୋଇଛି ବାଲ୍ୟ ବିବାହ । ତମାଣ୍ଡୋ ପୁଲିସ ସହାୟତାରେ ଚାଇଲ୍ଡ ଲାଇନ୍ ପହଁଚି ଥିଲା ନରସିଂହପୁର ଗାଁର ନଅପୁଟ ପଂଚାୟତରେ । ପୁଲିସକୁ ଦେଖି ଘାବରେଇ ଗଲେ ଗାଁ ଲୋକେ । କିଛି ବୁଝିବା ଆଗରୁ ଘର ଭିତରକୁ ଧସେଇ ପସିଥିଲା ପୁଲିସ ଆଉ ଜାଣିବାକୁ ପାଇଥିଲା ଘର ଭିତରେ ରହିଛି ବାଳିକା ବଧୂ । ନାବାଳିକାର ବୟାନ ଶୁଣିବା ପରେ, ବୁଢା ବରକୁ ଥାନାକୁ ଉଠାଇ ଆଣିବା ପରେ, ଉଦ୍ଧାର କରିଥିଲା ନାବାଳିକାକୁ ।

ଅଭିଯୁକ୍ତ ଶଙ୍କର ନାୟକ । ବୟସ ପାଖାପାଖି ୪୦ ବର୍ଷ ପ୍ରଥମ ସ୍ତ୍ରୀର ବିୟୋଗ ପରେ, ଧରିଥିଲେ ଖଣ୍ଡପଡା ଗିରିଡିପଲ୍ଲୀର ଏହି ନାବାଳିକାର ହାତ । ଝିଅର ବିବାହ ବୟସ ହୋଇ ନଥିବାରୁ ୨ ପରିବାର ଭିତରେ କଥା ରହିଥିଲା । ନା ବେଦୀ – ବାଜା ନା ଥିଲା ରୋଷଣୀ । ତୁଳସୀ ଚଉରା ମୂଳରେ ବାହାଘର ହୋଇଥିଲା । ସାହି ଭାଇ ଜାଣିବା ଆଗରୁ ତରବରିଆ ଭାବେ ହୋଇ ଯାଇଥିଲା ବାହାଘର । ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ଅଭିଯୁକ୍ତକୁ ପୁଲିସ ହାତକଡି ପିନ୍ଧାଇଥିବା ବେଳେ, ନାବାଳିକାକୁ ଚାଇଲ୍ଡ ଲାଇନରେ ରଖାଯାଇଛି । ତେବେ ରାଜଧାନୀ ଉପକଣ୍ଠରେ ବାଳିକା ବଧୂକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦେଖନ୍ତୁ ଏହି ଭିଡ଼ିଓ –