କଳି ଯୁଗର ମା’ ! ନିଜ ଝିଅର ଗଣଦୁଷ୍କର୍ମ କରାଇ ତିଆରି କଲା ଅଶ୍ଳୀଳ ଭିଡିଓ

58

ପବିତ୍ର ସମ୍ପର୍କରେ ଦାଗ । ମା’ ସାଜିଲା ସଇତାନ । ଜନ୍ମକଲା ଝିଅର ଗଣଦୁଷ୍କର୍ମ କରାଇଲା ମା’ । ହରିୟାଣାର ରୋହତକରେ ଏଭଳି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ନିଜ ମା’ ତା’ର ଗଣଦୁଷ୍କର୍ମ କରାଇଛି ବୋଲି ଅଭିଯୋଗ କରିଛି । କେବଳ ଏତିକି ନୁହଁ ଅଭିଯୁକ୍ତ ମା’ ଏସବୁର ଅଶ୍ଳୀଳ ଭିଡିଓ ତିଆରି କରିଥିିବା ମଧ୍ୟ ଅଭିଯୋଗ କରିଛି ପୀଡିତା । ପୋଲିସ ଏବେ ଏହି ଘଟଣାର ପୁରା ଯାଞ୍ଚ ଜାରି ରଖିଛି । ଏକିତି ଏକ ଖବର ପ୍ରକାଶ ପାଇଛି ଆଜତକରେ ।

ମିଡିଆ ରିପୋର୍ଟ ଅନୁସାରେ ନାବାଳିକା ଜଣକ ଅଭିଯୋଗ କରିଛି କି ତାଙ୍କ ଗାଁରେ ରହୁଥିବା ରାମଭାଗତ, ଦୀନେଶ ଓ କମଲ ନାମକ ୩ ଜଣ ବ୍ୟକ୍ତିଙ୍କ ସହ ତା’ ମା’ର ଅବୈଧ ସମ୍ପର୍କ ଅଛି । ଥରେ ସେ ଉକ୍ତ ତିନି ଜଣଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନିଜ ମା’କୁ ଦେଖି ନେଇଥିଲା ।

ତେଣୁ ତା’ ମାର କହିବା ଅନୁସାରେ ତିନି ଅଭିଯୁକ୍ତ ନାବାଳିକା ସହ ଅନେକ ଥର ଗଣଦୁଷ୍କର୍ମ କରିଛନ୍ତି । ଏହାସହ ଦୁଷ୍କର୍ମର ଭିଡିଓ ମଧ୍ୟ ତିଆରି କରିଛନ୍ତି । ଏହାସହ ଏନେଇ କାହା ଆଗରେ ମୁହଁ ଖୋଲିଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ମଧ୍ୟ ଦେଉଥିଲେ । ନାବାଳିକାର ଅଭିଯୋଗ ପରେ ଘଟଣା ଏବେ ସାମ୍ନାକୁ ଆସିଛି । ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଲା ପରେ ନାବାଳିକାର ମା’ ସମେତ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।