ସହିପାରିଲେନି ଲୋକଲଜ୍ୟା, ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡିତା !

89

କନକ ବ୍ୟୁରୋ : ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ଲୋକଲଜ୍ଜ୍ୟା ସହନପାରି ଶେଷରେ କରିଛନ୍ତି ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ସାଲେପୁର ଅଂଚଳରେ । ଗତ ୯ ତାରିଖରେ ସଂପୃକ୍ତ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି ହୋଇଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ନାବାଳିକାକୁ ଦୁଷ୍କର୍ମ କରିଥିବା ଅରୁଣ ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁସାରେ, ସାଲେପୁର ଥାନା ତୁଣପୁର ଗାଁରେ ଜଣେ ନାବାଳିକାକୁ ସେହି ଗାଁର ଅରୁଣ ବିଶ୍ୱାଳ ଦୁଷ୍କର୍ମ କରିଥିଲା । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ମାନସିକ ଭାରସାମ୍ୟ ହରାଇ ସଂପୃକ୍ତ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗତ ୯ ତାରିଖରେ କଟକ ଏସସିବିରେ ଭର୍ତି କରାଯାଇଥିଲା ।