ମାଲକାନଗିରି ବାଲିମେଳାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

23

ମାଲକାନଗିରି : ମାଲକାନଗିରି ବାଲିମେଳାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ନାବାଳିକାଙ୍କୁ ଅଖାରେ ବାନ୍ଧି କେନାଲ ଭିତରକୁ ଫିଙ୍ଗି ଦେଇଥିଲେ ଦୁର୍ବୃତ । ଆଜି ସକାଳୁ ପାୱାର ହାଉସ କେନାଲରୁ ଏହାକୁ ଉଦ୍ଧାର କରି ଲୋକେ ପୋଲିସକୁ ଖବର ଦେଇଥିଲେ । କେହି ଦୁର୍ବୃତ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଓ କାହିଁକି ନାବାଳିକା ଜଣଙ୍କୁ ହତ୍ୟା କଲା ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।