୧୧ ଲକ୍ଷ ପାଇଁ ମୁଣ୍ଡ ଜାମିନ ! ୧୭ ବର୍ଷର ନାବାଳକଙ୍କୁ ଅପହରଣ ଅଭିଯୋଗରେ ପୁରୀରୁ ମାଷ୍ଟରମାଇଣ୍ଡ ସମେତ ୫ ଗିରଫ 

30

କନକ ବ୍ୟୁରୋ : ୧୧ ଲକ୍ଷ ପାଇଁ ମୁଣ୍ଡ ଜାମିନ । ୧୭ ବର୍ଷର ନାବାଳକଙ୍କୁ ଅପହରଣ ଅଭିଯୋଗରେ ପୁରୀରୁ ମାଷ୍ଟରମାଇଣ୍ଡ ସମେତ ୫ ଗିରଫ କଲା ପୁଲିସ । ଏନେଇ ଆଜି ପୁଲିସ କମିସନର ୱାଇ ବି ଖୁରାନିଆ ସାମ୍ବିଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।  ଫେବୃଆରୀ ୨୬ ତାରିଖରେ  ଗୌରବ ରଥଙ୍କୁ ଅପହରଣ କରାଯାଇଥିଲା । ସଂନ୍ଧ୍ୟାରେ  ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ଅପହରଣ କରିନେଇଯାଇଥିଲା । ଏବଂ ନାବାଳକକୁ ଛାଡିବାକୁ ୧୧ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ।

ଫେବୃଆରୀ ୨୭ ତାରିଖରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ହୋଇଥିଲା ।  ପରେ ଗୌରବର ପରିବାର ଲୋକ ୨ ଲକ୍ଷ ଟଙ୍କା ଦେବା ଫଳରେ ତାଙ୍କୁ ଛାଡିଦିଆଯାଇଥିଲା । ପୁଲିସ ଏହି ଘଟଣାରେ ଅପହରଣର ମାଷ୍ଟର ମାଇଣ୍ଡ ସମେତ ୫ ଜଣଙ୍କୁ ଗିରଫ କରିଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବେକାରୀ କାରଣରୁ ହୋଇଥିଲା ଏହି ଷଡ଼ଯନ୍ତ୍ର । ବେକାରୀ କାରଣରୁ ଏହି ଅପହରଣ ହୋଇଥିଲା ବୋଲି ସୂଚନା ମିଳିଛି । ଅପହରଣ କରି ଟଙ୍କା ପାଇବା ଏହି ଷଡ଼ଯନ୍ତ୍ର ହୋଇଥିଲା ।