କଟକରେ ଗୋଡ ହାତ ବାନ୍ଧି ରଖିଥିବା ଶିଶୁକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ : ମାଆ ଛାଡି ଚାଲିଗଲା ପରେ ଶାରୀରିକ ନିର୍ଯାତନା ଦେଉଥିଲେ ସଂପର୍କୀୟ

40

କନକ ବ୍ୟୁରୋ : କଟକରେ ଗୋଡ ହାତ ବାନ୍ଧି ରଖିଥିବା ଶିଶୁକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ମାଆ ଛାଡି ଚାଲିଗଲା ପରେ ଶାରୀରିକ ନିର୍ଯାତନା ଦେଉଥିଲେ ସଂପର୍କୀୟ । କଟକରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଖବର ପାଇ ଚାଇଲ୍ଡ ଲାଇନ ସହ ପୋଲିସ ପହଂଚି ଶିଶୁକୁ ଉଦ୍ଧାର କରିଥିଲା । ମିଳିଥିବା ସୂଚନା ଅନୁସାରେ ବାପା ଛେଉଣ୍ଡ ଏହି ଶିଶୁଟିର ମାଆ କିଛିଦିନ ତଳେ ତାକୁ ଛାଡି ଚାଲିଯିବା ପରେ ସେ ନିଜ ଆଈ ଘରେ ରହୁଥିଲେ । ଆଉ ପରିବାରର ଅନ୍ୟ ସଂପର୍କୀୟମାନେ ତାକୁ ସେବେଠାରୁ ନିର୍ଯାତନା ଦେଇଆସୁଥିଲେ । ଗୋଡକୁ ଚେନରେ ବାନ୍ଧି ରଖିବା ସହ ଖାଇବା ପିଇବାକୁ ନଦେଇ ମାନସିକ ନିର୍ଯାତନା ଦେଉଥିଲେ । ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଓ ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟ ପହଂଚି ଶିଶକୁ ତାକୁ ଉଦ୍ଧାର କରିବା ସହ ବସୁନ୍ଧରାରେ ରଖିଛନ୍ତି । ଆଜି ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ସଂପତ୍ତି ଲୋଭରେ ଶିଶୁଟିକୁ ସଂପର୍କୀୟମାନେ ଏଭଳି ନିର୍ଯାତନା ଦେଉଥିବା ଜାଣିବାକୁ ମିଳିଛି । ପୋଲିସ ଏହି ମାମଲାରେ ଛାନଭିନ ଆରମ୍ଭ କରିଥିବାବେଳେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।