ବାହାରି ପାରିଲାନି ନିଷ୍କର୍ଷ । ଶିକ୍ଷକଙ୍କ ଦାବି ନେଇ ମନ୍ତ୍ରୀସ୍ତରୀୟ ବୈଠକରେ ତୁଟିଲାନି ଶିକ୍ଷକଙ୍କ ସମସ୍ୟା, ଆନ୍ଦୋଳନ ଜାରି ରଖିବ ମିଳିତ ମଞ୍ଚ।

46

କନକ ବ୍ୟୁରୋ: ଜାରି ରହିବ ଶିକ୍ଷକଙ୍କ ଆନ୍ଦୋଳନ । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସଚିବାଳୟରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ବାହାରି ପାରିଲା ନାହିଁ କୌଣସି ନିଷ୍କର୍ଷ । ସମସ୍ୟା ସମାଧାନ ନେଇ ସରକାର ୩ ମାସ ସମୟ ମାଗିଲେ । କିନ୍ତୁ ସମୟସୀମାକୁ ମିଳିତ ମଞ୍ଚ ଗ୍ରହଣ କରୁନାହିଁ । ଯଉଁଥି ପାଇଁ ପୂର୍ବ ପରି ଆନ୍ଦୋଳନ ଜାରି ରଖିବାକୁ କହିଛି ମିଳିତ ମଞ୍ଚ ।

ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବି ନେଇ ବୈଠକରେ ଆଲୋଚନା କରାଯାଇଛି । ସେମାନଙ୍କ ସମସ୍ୟା ଯାହା ରହିଛି ତାହାର ସମାଧାନ ନେଇ ଏକ୍ସପର୍ଟ ଟିମ୍ ଗଠନ କରାଯିବ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ପ୍ରାୟ ୪ ହଜାର ସ୍କୁଲରେ ତାଲା ଝୁଲୁଛି । ତେଣୁ ଶିକ୍ଷକମାନେ ଆନ୍ଦୋଳନରୁ ବିରତ ରହି ଶିକ୍ଷାଦାନରେ ସାମିଲ ହୁଅନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷକ ମିଳିତ ମଞ୍ଚକୁ ଅନୁରୋଧ କରି କହିଛନ୍ତି ।

badri patraବୈଠକରେ ଶିକ୍ଷକ ନେତାଙ୍କ ସହ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଗଣଶିକ୍ଷାମନ୍ତ୍ରୀ ବଦ୍ରିପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଦାବି ପୂରଣ ପାଇଁ ଶିକ୍ଷକ ମାନେ ୨୭ ଦିନ ହେଲା ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ଏପରିକି ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଥିଲେ ଶିକ୍ଷକ । ଗତକାଲି ଶିକ୍ଷକ ମାନଙ୍କ ସହ ଆଲୋଚନା କରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ତୁରନ୍ତ ଏହାର ସମାଧାନ ବାହାର କରାଯାଉ ବୋଲି କହିଥିଲେ ବାଚସ୍ପତି ।