ମନ୍ତ୍ରିମଣ୍ଡଳର ନବକଳେବର ପରେ ବିଜେଡିରେ ବଢିଲା ଅସନ୍ତୋଷ ! ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ଆସିଲା ନିରାଶର ସ୍ୱର

26

କନକ ବ୍ୟୁରୋ : ନବୀନଙ୍କ ନବକଳେବରରେ ନେତା ନାଖୁସ । ମନରେ ଅସନ୍ତୋଷ । ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେତାଙ୍କ ମନରେ ଦୁଃଖ ଦେଇଛି । ଆଉ ଇଂଗିତ କରି କହିଛନ୍ତି, ମନ୍ତ୍ରୀ ଶୂନ୍ୟ ଯାଜପୁର ନିଶ୍ଚିତ ଗୁରୁତ୍ୱ ହରାଇବ । ଯାଜପୁର ସହ କଳାହାଣ୍ଡି ଜିଲ୍ଲା ବି ମନ୍ତ୍ରୀବିହୀନ ରହିଛି । ପଂଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ଫୁଟିଥିବା ପଦ୍ମକୁ ଟକ୍କର ଦେବାକୁ ନେତା ନିଶ୍ଚିତ ଥିଲେ ଜିଲ୍ଲାକୁ କ୍ୟାବିନେଟ୍ ପାହ୍ୟା ମିଳିବ । ହେଲେ ନବୀନଙ୍କ ନୂଆ ଟିମରେ ସ୍ଥାନ ନମିଳିବା ନିରାଶ କରିଛି ନେତାଙ୍କୁ ।

ନବୀନଙ୍କ ନୂଆ ଟିମରେ ସ୍ଥାନ ପାଇବାକୁ ଆଶାୟୀ ନେତାଙ୍କ ମଧ୍ୟରେ ଥିଲେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ହେଲେ ସୁପ୍ରିମୋଙ୍କ ନିଷ୍ପତି ତାଙ୍କୁ ଅସନ୍ତୁଷ୍ଟ କରିଛି । ନେତା ନ କହିଲେ ବି ସମର୍ଥକ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି । ଏଥର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶା ରଖିଥିଲେ ରାଇରଙ୍ଗପୁର ବିଧାୟକ ମଙ୍ଗଳା କିଷାନ । ଦଳର ଏହି ବରିଷ୍ଠ ନେତା ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ପଦ ପାଇବାକୁ ସ୍ୱପ୍ନ ବି ଦେଖିଥିଲେ । ହେଲେ ସେ ବି ନିରାଶ ହୋଇଛନ୍ତି ।

ସେପଟେ ଦଳୀୟ ମୁଖପାତ୍ର କହିଛନ୍ତି, ନବୀନଙ୍କ ନୂଆ ଟିମରେ ଅଭିଜ୍ଞ ତଥା ଯୁବ ଓ ନୂଆ ନେତାଙ୍କୁ ସାମିଲ କରାଯାଇଛି । ଯାହା ଦଳକୁ ଅଧିକ ଶକ୍ତିଶାଳୀ କରିବ ।