କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି ! ଏବେ ଶ୍ରୀନଗର ଯିବା ଆସିବା କରିବା ପାଇଁ ଯବାନଙ୍କୁ ମିଳିବ ବିମାନ ଯାତ୍ରାର ସୁବିଧା ।

259

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯବାନଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଗୁରୁବାର ଏକ ବଡ ନିଷ୍ପତ୍ତି ନଆଯାଇଛିି । ରିପୋର୍ଟ ମୁତାବକ , ଗୃହ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି କି ଏବେ ଯବାନମାନଙ୍କୁ ବିମାନ ମାଧ୍ୟମରେ ଯିବା ଆସିବା କରିବାର ସୁବିଧା ମିଳିବ । ଗୃହ ମନ୍ତ୍ରାଳୟ ତରଫରୁ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସୈନିକ ବଳର ସବୁ ଯବାନଙ୍କୁ ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜମ୍ମୁ – ଶ୍ରୀନଗର ଏବଂ ଶ୍ରୀନଗର- ଜମ୍ମୁ କ୍ଷେତ୍ରରେ ବିମାନରେ ଯାତାୟତ କରିବା ପାଇଁ ମଞ୍ଜୁରୀ ମିଳିଯାଇଛି ।

ସରକାରଙ୍କ ଏହି ଘୋଷଣା ପରେ ୭ ଲକ୍ଷ ୮୦ ହଜାର ଯବାନଙ୍କୁ ଏହାର ଫାଇଦା ମିଳିବ । ଏଥିରେ କନେଷ୍ଟବଳ,ହେଡ୍ କନେଷ୍ଟବଳ ଏବଂ ଏଏସଆଇଙ୍କୁ ମଧ୍ୟ ସାମିଲ୍ କରାଯିବ । ଆପଣଙ୍କୁ କହିରଖୁଛୁ ପ୍ରଥମେ ଏମାନଙ୍କୁ ଏହି ସୁବିଧାରୁ ବଂଚିତ କରାଯାଇଥିବା ବେଳେ କିନ୍ତୁ ବର୍ତ୍ତମାନ ଯବାନମାନଙ୍କୁ ଛୁଟିରେ ଘରକୁ ଯିବା ଏବଂ ଆସିବାରେ ଏବେ ବିମାନ ଯାତ୍ରାର ସୁବିଧା କରାଯିବ ।